ଶିଶିର ହେଲେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ

Feb 13, 2026 - 20:39
 0  3
ଶିଶିର ହେଲେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ

ବାରିପଦା,୧୩/୨: ମୟୁରଭଞ୍ଜ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଭାବେ ଶିଶିର କୁମାର ମୁନ୍ଦୁୟା ଦାୟିତ୍ଵ ନେଇଛନ୍ତି। ଏହାସହ ବାରିପଦା ଉପଖଣ୍ଡର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇବେ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ନେବା ପରେ 2024 ବ୍ଯାଚ୍ ର ଓଡ଼ିଶା ସୂଚନା ସେବା (ଓଆଇଏସ୍) ଅଧିକାରୀ ଶ୍ରୀ ମୁନ୍ଦୁୟା କହିଛନ୍ତି ଯେ ସରକାରଙ୍କ ପ୍ରତିଟି ଯୋଜନାକୁ ଗଣମାଧ୍ୟମ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବେ। ସେହିପରି ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ ପଦକ୍ଷେପ ସହିତ ଲୋକଙ୍କୁ ଯୋଡ଼ିବେ। ଅଭିନବ ଶୈଳୀରେ ଜିଲ୍ଲାର ପରମ୍ପରା ଓ ସଂସ୍କୃତିକୁ ସୁଦୂରପ୍ରସାରୀ କରିବାକୁ ମନୋନିବେଶ କରିବେ ବୋଲି ସେ କହିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ