ଶିମିଳିପାଳର ସଂମ୍ପୂର୍ଣ୍ଣ ସୁରକ୍ଷା,ଦାଦନ ସମସ୍ୟା,ବେରୋଜଗାର ରୋଜଗାରକ୍ଷମ କରିବା ନେଇ ଜନସାଧାରଣ ମାନଙ୍କୁ ସଚେତନତା

Jul 17, 2026 - 18:59
 0  2
ଶିମିଳିପାଳର ସଂମ୍ପୂର୍ଣ୍ଣ ସୁରକ୍ଷା,ଦାଦନ ସମସ୍ୟା,ବେରୋଜଗାର ରୋଜଗାରକ୍ଷମ କରିବା ନେଇ ଜନସାଧାରଣ ମାନଙ୍କୁ ସଚେତନତା

ମୟୁରଭଞ୍ଜ ତା:-୧୭/୦୭/୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା ) ଶିମିଳିପାଳର ସଂମ୍ପୂର୍ଣ୍ଣ ସୁରକ୍ଷା ସମେତ ମୟୁରଭଞ୍ଜ ଜିଲ୍ଳାରୁ ଦାଦନ ସମସ୍ୟା ଦୂର କରିବା ନିମନ୍ତେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଏବଂ ବନଜାତ ଦ୍ରବ୍ୟର ଉପଯୋଗରେ ବେରୋଜଗାର ମାନଙ୍କୁ ରୋଜଗାରକ୍ଷମ କରିବା ନେଇ ଜନସାଧାରଣ ମାନଙ୍କୁ ସଚେତନ କରିବା ସହିତ ସରକାରଙ୍କୁ ଅବଗତ ନିମନ୍ତେ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କର ନେତୃତ୍ଵରେ ଜିଲ୍ଲା ତମାମ ନିରବଚ୍ଛିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଗତ ଜୁନ ମାସ ୧୭ ତାରିଖରୁ ଖିଚିଂ ସ୍ଥିତ ମାଆ କୀଚକେଶ୍ଵରୀ ମନ୍ଦିରରୁ "ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା ","ଦାଦନ ହଟିବ ମୟୁରଭଞ୍ଜ ହସିବ " ସ୍ଲୋଗାନ ସହିତ ଏକ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ସମଗ୍ର ଜିଲ୍ଲା (ବ୍ଳକ/ମ୍ୟୁନିସିପାଲଟି/ଏନ୍ଏସି) ସାରି ଚଳିତ ଜୁଲାଇ ମାସ ୧୨ ତାରିଖ ବାରିପଦା ରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ହୋଇ ଉକ୍ତ ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ଶେଷ ହୋଇଥିଲା | ପୁଣି ଜନସଚେତନତା ଉଦ୍ଧେଶ୍ୟରେ ଆଜି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାରେ ଭଞ୍ଜସେନା,ବାରିପଦା ସହର ଶାଖା ପକ୍ଷରୁ ବାର୍ତ୍ତା ସହିତ "ସେଲଫି ପଏଣ୍ଟ" ପ୍ରସ୍ତୁତ ହୋଇ ସଚେତନତା ବାର୍ତ୍ତା କୁ ନେଇ ପ୍ରସ୍ତୁତ ସେଲଫି ଷ୍ଟାଣ୍ଡ ରେ ସଂଗଠନ ର ସଂଗଠକ ମାନେ ଜନସାଧାରଣ ମାନଙ୍କୁ ଏକ ଗଛ ର ଚାରା ଦେଇ ଫଟୋ ଉଠାଇ ଆମ ସଂଗଠନ ର ବାର୍ତ୍ତା ସେମାନଙ୍କୁ ପ୍ରଦାନ କରିଥିଲେ | ଆଜିକାର ଏହି କାର୍ଯ୍ୟକ୍ରମ କୁ ସଂଗଠନ ସହର ସଭାପତି ରାକେଶ ମହାନ୍ତି, ସାଧାରଣ ସମ୍ପାଦକ ଅମିତ୍ କୁମାର, ସହର ବରିଷ୍ଠ ସଦସ୍ୟ ସୋନୁ ରାମ, ଅଭିଜିତ ମହାପାତ୍ର ପ୍ରମୁଖ ସାମିଲ ଥିଲେ ବୋଲି ସଂଗଠନ ପକ୍ଷରୁ ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି ସୂଚନା ପ୍ରଦାନ କରିଛନ୍ତି |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ