ଭ୍ୟାନ୍ ସହ ବାଇକ୍ ମୁହାଁମୁହିଁ ଧୋକା ବାଇକ୍ ଚାଳକ ମୃତ
ଦାରିଙ୍ଗବାଡି,୨୫ା୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପାଙ୍ଗାଲିରେ ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୋଷ୍ଟାଲ କାର୍ଯ୍ୟାଳୟରେ ବ୍ଯବହାର ହେଉଥିବା ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ପରିଚୟ ଖୋଜୁଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ଦୁର୍ଘଟଣା ଘଟାଇଥିବା ଭ୍ୟାନଟି ପୋଷ୍ଟାଲର ଡେ଼ଲିଭେରୀ ଭ୍ୟାନ ବୋଲି ପୋଲିସ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଫୁଲବାଣୀରୁ ଡାକ ନେଇ ଭ୍ୟାନ ନଂ (ଓଡି୧୨ଏଫ୍-୩୪୧୬ )ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଭିମୁଖେ ଯାଉଥିବା ବେଳେ ଜଣେ ବାଇକ ଆରୋହୀ ବାଇକ ନଂ (ଓଆର ୦୭ ଏଜେ-୬୮୩୭)ରେ ବ୍ରାହ୍ମଣୀଗାଁ ପଟରୁ ଦାରିଙ୍ଗବାଡି ଯାଉଥିଲେ । ଦାରିଙ୍ଗବାଡି ପହଞ୍ଚିବାକୁ ମାତ୍ର ଆଉ ୫ କିମି ରହିଥିବା ବେଳେ ପାଙ୍ଗାଲି ନିକଟରେ ବାଇକଟି ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ସହ କିଛି ଦୂର ବାଇକ ସହ ଚାଳକଙ୍କୁ ଘୋଷାଡ଼ି ନେଇଥିଲା । ଏହା କୌଣସି ସୂତ୍ରରୁ ପୋଲିସ କୁ ଖବର ଦେବାପରେ ଖବର ପାଇ ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ବାଇକ ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ବାଇକ ଓ ଭ୍ୟାନକୁ ପୋଲିସ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0