ଭୂତ କୋଠି ପାଲଟିଛି ନୂତନ ନିର୍ମିତ ବନରକ୍ଷୀ ଗୃହ, ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ଅବ୍ୟବହୃତ

Jun 28, 2026 - 08:48
 0  12
ଭୂତ କୋଠି ପାଲଟିଛି ନୂତନ ନିର୍ମିତ ବନରକ୍ଷୀ ଗୃହ, ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ଅବ୍ୟବହୃତ

କଳାହାଣ୍ଡି :-(ଫାଷ୍ଟ ନ୍ୟୁଜ ଓଡିଶା ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ସାଇସୁରଣୀ ରେଞ୍ଜ ଗୁଣପୁର ଗ୍ରାମରେ ସରକାରୀ ଅର୍ଥ ବ୍ୟୟ କରି ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିବା ନୂତନ ବନରକ୍ଷୀ ଗୃହ ବର୍ତ୍ତମାନ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଜଙ୍ଗଲ ସୁରକ୍ଷା ଓ ବନ କର୍ମଚାରୀଙ୍କ ରହଣୀ ସୁବିଧା ପାଇଁ ନିର୍ମାଣ ହୋଇଥିବା ଏହି ଗୃହ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଥିବା ନେଇ ସ୍ଥାନୀୟ ଲୋକ ପ୍ରଶ୍ନ ଉଠାଇଛନ୍ତି।ଗୁଣପୁର ବିଟ ରେ ଏକ ରେଜର୍ବ ଜଙ୍ଗଲ ଥିଲେ ମଧ୍ୟ ବନ ବିଭାଗ ର ଅବହେଳା ଯଗୁଁ ଦିନ କୁ ଦିନ ହଜାର ହଜାର ଗଛ କାଟି ମରୁଭୂମି ହେବାକୁ ବସିଲାଣି ତଥାପି ବନ କର୍ମଚାରୀଙ୍କ ନିଦ୍ରା ଭଙ୍ଗ ହେଉନି। ପ୍ରତ୍ୟକ ବର୍ଷ ଏହି ଜଙ୍ଗଲ ରୁ ବନ ବିଭାଗ ଟ୍ରକ ଟ୍ରକ ଜାଲ କାଠ ସଂଗ୍ରହ କରି ବିକ୍ରି କରିଥାଏ କିନ୍ତୁ କେବେ ଗଛ ଟିଏ ଲଗେଇ ନ ଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୃହ ନିର୍ମାଣ ସରିଥିଲେ ମଧ୍ୟ ଦୀର୍ଘ ଦିନ ଧରି ଏହା ବ୍ୟବହାର ହେଉନାହିଁ। ଫଳରେ ଘରର କବାଟ, ଝରକା ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହେବା ଆରମ୍ଭ କରିଛି। ରାତି ହେଲେ ଏହି ଗୃହ ଜନଶୂନ୍ୟ ହୋଇ ପଡ଼ୁଥିବାରୁ ଲୋକମାନେ ଏହାକୁ “ଭୂତ କୋଠି” ବୋଲି ମଧ୍ୟ କହୁଛନ୍ତି। ଲୋକଙ୍କ କହିବା ଅନୁଯାଇ ବନ ବିଭାଗ କେବେ ଜଙ୍ଗଲ ଟିଏ ସୃଷ୍ଟି କରିନାହିଁ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ନଷ୍ଟ ହେଇଥିବା ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ। ଗ୍ରାମବାସୀଙ୍କ ଅଭିଯୋଗ ଯେ, ଜଙ୍ଗଲ ସୁରକ୍ଷା ପାଇଁ ଯେଉଁ ଭିତ୍ତିଭୂମି ସୃଷ୍ଟି କରାଯାଇଥିଲା, ତାହା ଆଜି ଅବହେଳାର ଶିକାର ହୋଇଛି। ଏହା ଫଳରେ ସରକାରୀ ଅର୍ଥର ସଠିକ୍ ବ୍ୟବହାର ନେଇ ପ୍ରଶ୍ନ ଉଠୁଛି। କେତେକ ସାମାଜିକ କର୍ମୀ ଏହି ଘଟଣାର ତଦନ୍ତ କରାଯିବାକୁ ଦାବି କରିଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ଯଦି ଗୃହଟି ବ୍ୟବହାର ହେଉନାହିଁ, ତେବେ ତାହାର କାରଣ ସାର୍ବଜନୀନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ। ନଚେତ୍ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଧୀରେ ଧୀରେ ନଷ୍ଟ ହେବାର ଆଶଙ୍କା ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ସରକାର ଓ ବନ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ