ବ୍ରଜରାଜନଗର ପୌରାଞ୍ଚଳରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ; 'ନୋ-ମ୍ୟାପିଂ' ମାମଲାର ଶୁଣାଣି

Jul 21, 2026 - 21:17
 0  3
ବ୍ରଜରାଜନଗର ପୌରାଞ୍ଚଳରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ; 'ନୋ-ମ୍ୟାପିଂ' ମାମଲାର ଶୁଣାଣି

*ଝାରସୁଗୁଡ଼ା, ୨୧।୦୭(ଫାଷ୍ଟ ନ୍ୟୂଜ ଓଡ଼ିଶା):* ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ 'ନୋ-ମ୍ୟାପିଂ' କେସ୍‌ଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶୁଣାଣି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ଏହି ବିଶେଷ ଶୁଣାଣି ସମ୍ପାଦନ କରାଯାଇଛି। ଏହି ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବୁଥ୍‌ର ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ସମ୍ପୃକ୍ତ 'ନୋ-ମ୍ୟାପିଂ' ଭୋଟରମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିଥିଲେ। ଭୋଟର ତାଲିକାରେ ସଠିକ୍ ଘର ନମ୍ବର କିମ୍ବା ବୁଥ୍ ସହିତ ସଂଯୋଗ ହୋଇନଥିବା ଭୋଟରମାନଙ୍କ ନଥିପତ୍ର ଓ ଆବଶ୍ୟକୀୟ ପ୍ରମାଣପତ୍ରର ଯାଞ୍ଚ କରାଯାଇଥିଲା। ସମସ୍ତ ଭୋଟରଙ୍କ ଦାବି ଓ ଅଭିଯୋଗକୁ ଶୁଣାଯାଇ ତୁରନ୍ତ ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଇ.ଓ. ତଥା ଏ.ଇ.ଆର.ଓ. ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ