ବିଷମକଟକ ମାଁ ମାର୍କମା ମହାବିଦ୍ୟାଳୟ ରେ ସାଇବର କ୍ରାଇମ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Oct 8, 2023 - 18:33
 0  76
ବିଷମକଟକ ମାଁ ମାର୍କମା ମହାବିଦ୍ୟାଳୟ ରେ ସାଇବର କ୍ରାଇମ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁନିଗୁଡ଼ା ନ୍ୟିୟୁଜ୍: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ମାଁ ମାର୍କମା ମହାବିଦ୍ୟାଳୟ ଠାରେ ସାଇବର କ୍ରାଇମ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ରାଜ୍ୟବ୍ୟାପି ଏହି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ରୁ ଏହି ସାଇବର ସଚେତନତା ରଥ ଟି କୁ ସ୍ଥାନୀୟ ମହାବିଦ୍ୟାଳୟ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମ ଯୋଗ ଦେଇ ଛାତ୍ର ଛାତ୍ରୀ ସମେତ ଉପସ୍ଥିତ ସମସ୍ତଙ୍କୁ ସାଇବର କ୍ରାଇମ ପ୍ରତି ସଚେତନ କରିଥିଲେ I ବିଶେଷ କରି ଯୁବ ସମାଜ କିଭଳି ଅନଲାଇନ ଠକାମୀ ର ଶିକାର ହେବା ରୁ ନିଜ କୁ ଶୁରକ୍ଷା କରିପାରିବେ ସେ ନେଇ ସବିଶେଷରେ ବିବରଣୀ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମ ରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କ ସହ ଜନସାଧାରଣଙ୍କୁ ଏ ବିଷୟରେ ଅବଗତ କରାଇବା ସହ ଯଦି ସାଇବର ଠକେଇ ର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବର କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ବିଷମକଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଆଦର୍ଶ ବିଦ୍ୟା ଲୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହ ଦୁର୍ଗୀ ଆଦର୍ଶ ବିଦ୍ୟା ଳୟଠାରେ ସାଇବର ସଚେତନ ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ