।। ବି.ଡ଼ି.ଓ.ଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପ୍ରତିନିଧି ଓ ସାଧାରଣରେ ଅସନ୍ତୋଷ ।।

May 13, 2023 - 18:22
 0  184
।। ବି.ଡ଼ି.ଓ.ଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପ୍ରତିନିଧି ଓ ସାଧାରଣରେ ଅସନ୍ତୋଷ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବନ ପାହାଡ଼ ଘେରା ଅଞ୍ଚଳ। ଏଠିକାର ଲୋକଙ୍କ ସରଳତାର ସୁଯୋଗ ନେଇ ବ୍ଲକ କର୍ମଚାରୀ ମାନେ ମନୋମୁଖି କାର୍ଯ୍ୟ କରୁଛନ୍ତି। ପି.ଡି.ଏସ୍. ଚାଉଳ, ବୁଢ଼ାବୁଢ଼ୀ ଙ୍କ ଭତ୍ତା , ଇନ୍ଦିରା ଆବାସ ଘର ପଇସା, ମାସ ମାସ ହେଲା ପରେ ବି ଗରିବ ଲୋକ କିଛି ସୁବିଧା ପାଉନ ଥିବା ଅଭିଯୋଗ କରିଥିଲେ ।,୭ ରୁ ୮ମାସ ହେଲା ପଞ୍ଚାୟତ ସମିତି ବୈଠକ ନହେବାରୁ ପ୍ରଶାସନର ମନୋମୁଖି କାର୍ଯ୍ୟକଳାପ ଚାଲୁ ଥିବା ଓ ପଞ୍ଚାୟସମିତି ଅଧ୍ୟକ୍ଷଙ୍କୁ ସମ୍ପୂର୍ଣ୍ଣ ଭାବେ ଏ.ଇ ଏବଂ ବି. ଡ଼ି.ଓ. ଅଣଦେଖା କରୁଥିବା ଅଭିଯୋଗ ହେଉଛି। ସମିତି ଅଧ୍ୟକ୍ଷ,ସରପଞ୍ଚ ମାନଙ୍କୁ ମଧ୍ୟ ଅଣଦେଖା କରି ମନଇଛା ମହାଶୟ ବି.ଡି.ଓ.ଶୁଭକାନ୍ତ ନାଏକ ଏବଂ ଏ.ଇ ବାଞ୍ଛାବଟ ପାଣ୍ଡେ ମିଶି 5t ରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତାଙ୍କ ହାତମୁଠାରେ ଥିବା ଲୋକଙ୍କ ଦ୍ବାରା ପରିଚାଳନା କରୁଥିବାରୁ ଅସନ୍ତୁଷ୍ଟ ହୋଇ ଏ.ଇ. ଙ୍କୁ ବଦଳି ପାଇଁ ବାରମ୍ବାର ଅଭିଯୋଗ କରିବାରୁ ଜିଲ୍ଲାପାଳ ଗତ ତା ୧୧/୪/୨୦୨୩ ରିଖ ଚିଠି ନଂ ୨୨୪୩ ରେ କଳାହାଣ୍ଡି ଜିଲ୍ଲାପାଳ ବଦଳି ଆଦେଶ ଦେଇଥିଲେ । ବି.ଡ.ଓ. ମହାଶୟ ରିଲିଭ୍ ନ କରି ଏ. ଇ ଙ୍କୁ ଘଣ୍ଟ ଘୁଢ଼ାଇ ରଖିବା ଅନେକ ଜନପ୍ରତିନିଧି ମହଲରେ ଚର୍ଚ୍ଚା ହେଉଛି ଏବଂ ଏ.ଇ. ପାଣ୍ଡେ ଙ୍କୁ ଲାଞ୍ଜିଗଡ ବିଧାୟକ ମହାଶୟ ପ୍ରଦୀପ ଦିଶାରୀ କାହିଁକି ଜାଣି ଜାଣି ଅଜଣା ଭଲି ନିରବ ରହି ଜଣେ ବିଧାୟକ ଏମିତି ଚୁପ ରହିବା ଅନେକ ଲୋକଙ୍କ ମନରେ ପ୍ରଶ୍ନ ବାଜି ସୃଷ୍ଟି ହେଉଛି ବୋଲି ଜନ ପ୍ରତିନିଧି ପ୍ରକାଶ କରିଥିଲେ l ଗତ କାଲି 12 ମେ 2023ରିଖ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟା ମାଝୀ ,ସମିତି ସଭ୍ୟ ରାଇଦାଶ ନାଏକ, ଗୋପାଳପୁର ସମିତି ସଭ୍ୟା ଶ୍ରୀମତୀ ସଞ୍ଜୁ କୁମାରୀ ନାୟକ, ଥୁଆମୂଳ ସମିତି ସଭ୍ୟା,କାଣିଗୁମା ସମିତି ସଭ୍ୟା ,ସିଲେଟ ସମିତି, ତଲଝାପି ସମିତି, ବାଗଡିଆଣି ସମିତି ସଭ୍ୟ,ଆଡ୍ରୀ ସମିତି, ସରପଞ୍ଚ ଶ୍ରୀଯୁକ୍ତ ଧ୍ରୁବକାନ୍ତ ମାଝୀ , ବଳଭଦ୍ର ଜାନି, ଭଳି ଅନେକ ପ୍ରତିନିଧି ଉପସ୍ଥିତ ଥାଇ ବି .ଡ଼ି .ଓ. ଙ୍କ ପାଖରେ ଅନଶନ କରିଥିବାରୁ ବି. ଡ଼ି. ଓ ଅନିଚ୍ଛା ସତ୍ତ୍ବେ ଗତ କାଲି ଏ.ଇ.ଙ୍କୁ ତା ୧୨/୫/୨୩ ଚିଠି ନଂ ୧୧୩୫ରେ ରିଲିଭ୍ କରିଥିବାର ଜଣା ପଡ଼ିଛି।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ