ବାରିପଦରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୬
ବାରିପଦା, (୧୪.୦୩.୨୦୨୬): ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୧୨,୫୬୮ ଟି ମାମଲା ମଧ୍ୟରୁ ୪୩୨୧ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୨,୯୪,୮୫,୬୬୬ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୬୮୨୭ ଗୋଟି ମାମଲା ମଧ୍ୟରୁ ୮୦୯ ଟି ମାମଲା ଅପୋଷ ବିଚାର ହୋଇ ୧ କୋଟି ୨୨ ଲକ୍ଷ ୧୮ ହଜାର ୯୫୯ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡ଼ିଛି । ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀଭୁକ୍ତ ୫୭୪୧ ଗୋଟି ମାମଲା ମଧ୍ୟରୁ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ୫୮ ଟି ମଧ୍ୟରୁ ୩ ଟି, ଏନ. ଆଇ. ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୧୨ ଟି ମାମଲା ମଧ୍ୟରୁ ୨୪ ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୬୬ ଟି ରୁ ୧୫ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୧୯୭ ଟି ରୁ ୧୫ ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୧୧୪ ଟି ମାମଲା ମଧ୍ୟରୁ ୩୮ ଟି, ରାଜସ୍ୱ ମାମଲା ୩୪୪୯ ଟି ମଧ୍ୟରୁ ୨୪୫୬ ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୨୧୭ ଟି ମଧ୍ୟରୁ ୪୫ ଟି, ଖାଉଟି ମାମଲା ସମ୍ବନ୍ଧୀୟ ୭ ଟି ମଧ୍ୟରୁ ୧ ଟି ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ୧୨୬୫ ଟି ମଧ୍ୟରୁ ୯୧୫ ଟି ମିଶାଇ ମୋଟ ୩୫୧୨ ଟି ମାମଲାର ଫଇସଲା କରାଯାଇ ମୋଟ ୧ କୋଟି ୭୨ ଲକ୍ଷ ୬୬ ହଜାର ୭୦୭ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ ଶ୍ରୀମତୀ ପ୍ରଜ୍ୟୋତି ରାଉତ, ସିନିୟର ସିଭିଜ ଜଜ (ଏଲ୍.ଆର ଓ ଏଲ୍.ଟି.ଭି ) ଶ୍ରୀ ସୁଦାମ ଚରଣ ଦାଶ, ସିନିୟର ସିଭିଲ୍ ଜଜ ସତରୂପା ଶତପଥୀ , , ଏସ.ଡି.ଜେ.ଏମ. ଶ୍ରୀମତୀ ଜୁୱେଲ ପଟ୍ଟନାୟକ, ଜେ.ଏମ.ଏଫ.ସି-1 (Cog. Taking) ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଜେ.ଏମ.ଏଫ.ସି କୁମାରୀ ମଧୁଶ୍ରବା ମହାନ୍ତି, ଜେ.ଏମ.ଏଫ.ସି ସୀମା ଅଗ୍ରୱାଲ, ଜେ.ଏମ.ଏଫ.ସି(ଏଲ୍.ଆର ଓ ଏଲ୍.ଟି.ଭି) ଶ୍ରୀ ଶୁଭ୍ରାଂଶୁ ଠାକୁର ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ଥିବା ସଦସ୍ୟ ତଥା ସରକାରୀ ଓକିଲ ଶ୍ରୀ ଉମାକାନ୍ତ ରାଉତ, ଆଇନଜୀବୀ ଶ୍ରୀ ସତ୍ୟ ନାରାୟଣ ବେହେରା, ଶ୍ରୀ କମଲ କୁମାର କୁଆଁରବାବୁ, ଶ୍ରୀ ଧିରେନ୍ଦ୍ର କୁମାର ମହାପାତ୍ର ତଥା ବାରିପଦା ଓକିଲ ସଂଘର ଅନ୍ୟ ଆଇନଜୀବୀ ତଥା ରାଜସ୍ବ ବିଭାଗ, ବିଭିନ୍ନ ରାଷ୍ଟ୍ରାୟତ୍ତ/ ଘରୋଇ ବ୍ୟାଙ୍କ ଅଧିକାରୀ, ଟେଲିଫୋନ ବିଭାଗ, ବିଦ୍ୟୁତ ବିଭାଗ ଓ ପ୍ରାଧିକରଣର ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0