ବର୍ବରତାର ସୀମା ପାର, ନାବାଳକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ, ସିଗାରେଟ୍ ଚେଙ୍କ ଦେଲେ, ପରିସ୍ରା ମଧ୍ୟ ପିଆଇଲେ

Apr 20, 2025 - 21:19
Apr 20, 2025 - 21:21
 0  27
1 / 1

1.

ବର୍ବରତାର ସୀମା ପାର, ନାବାଳକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ, ସିଗାରେଟ୍ ଚେଙ୍କ ଦେଲେ, ପରିସ୍ରା ମଧ୍ୟ ପିଆଇଲେ

ପୁରୀ: 

ବର୍ବରତାର ସବୁ ସୀମା ପାର୍ କରିଦେଲେ ଅସାମାଜିକ ଯୁବକ। ୨ ନାବାଳକକୁ ବିନା ଦୋଷରେ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ। ଏମିତିକି ପିଟିପିଟି ୨ ନାବାଳକଙ୍କ ମୁଣ୍ଡ ଫଟାଇ ଦେଲେ।

କେବଳ ସେତିକି ନୁହେଁ। ଏ ସମାଜିକ ଯୁବକଙ୍କ କାଣ୍ଡ ଏମିତି ଥିଲା କି, ୨ ନାବାଳକଙ୍କ ଦେହରେ ସିଗାରେଟ୍ ଚେଙ୍କ ଲଗାଇ ଦେଲେ।

ଆଉ ପରିସ୍ରା ମଧ୍ୟ ପିଆଇଦେଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ସେମାନଙ୍କ କବଳରୁ ନାବାଳକଙ୍କୁ ଉଦ୍ଧାର କଲେ ପରିବାର ଲୋକେ।

ହଁ ଏପରି ଏକ ଅମାନବୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଗାଁରେ। ସୂଚନାନୁସାରେ, ଉକ୍ତ ଗାଁରେ ଚାଲିଥିଲା ମେଲଣ। ବିରାଟ ସାହିର ୨ ନାବାଳକ ମେଳନ ଦେଖିବାକୁ ଯାଇଥିଲେ। ଏହି ସମୟରେ କୋଟକୋସାଙ୍ଗ ଏବଂ ପ୍ରଧାନ ସାହି ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ପୋଲିସ ପହଞ୍ଚି ପ୍ରଧାନ ସାହିର ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲା। ଏହି ସମୟରେ ବିରାଜ ସାହିର ୨ ନାବାଳକ ମେଳନ ଦେଖି ଫେରୁଥିବା ବେଳେ, ପ୍ରଧାନ ସାହି ପିଲା ଭାବି କୋଟକୋସାଙ୍ଗର କିଛି ଅସାମାଜିକ ଯୁବକ ସେମାନଙ୍କୁ ଘେରି ଯାଇଥିଲେ।

ପରେ ତାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଲୁହା ରଡ଼ରେ ବାଡ଼େଇବା ସହିତ ସିଗାରେଟ୍ ଚେଙ୍କ ଦେଇଥିଲେ। ଏତିକିରେ ସରି ନଥିଲା ସେମାନଙ୍କର ନିର୍ଯ୍ୟାତନା। ପିଟିପିଟି ମୁଣ୍ଡ ଫଟାଇବା ସହ ପରିସ୍ରା ମଧ୍ୟ ପିଆଇ ଦେଇଥିଲେ।

ଏହାପରେ ପରିବାର ଲୋକେ ଘଟଣାସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାବାଳକ ଦୁହିଁଙ୍କୁ ଉଦ୍ଧାର କରିଥିଲେ। । ଏନେଇ ଥାନାରେ ମଧ୍ୟ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି। ପୀଡିତ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଛି ପୋଲିସ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ