।। ବତାସନା ଗ୍ରାମରେ ଧୁମଧାମରେ ଚଳିତ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ।।

May 4, 2023 - 21:11
 0  59
।। ବତାସନା ଗ୍ରାମରେ ଧୁମଧାମରେ ଚଳିତ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ।।

କଟପାଡ଼ ବ୍ଲକ ଅନ୍ତର୍ଗତ ବତାସନା ଗ୍ରାମରେ ବେଶ ଧୁମଧାମରେ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଭଳି ଏକ ଦୁର୍ଗମ ଅଞ୍ଚଳ କୋଟପାଡ଼ ବ୍ଲକର ବିଭିନ୍ନ ଗ୍ରାମରେ ବାଲିଯାତ୍ରା ବେଶ ଧୁମଧାମରେ ଅନୁଷ୍ଠିତ ହୋଇଥାଏ l ସେହିପରି କୋଟପାଡ଼ ବ୍ଲକ ବତାସନା ଗ୍ରାମରେ ଏହି ବାଲିଯାତ୍ରା ଦୀର୍ଘ ଚାରି ମାସ ଚାଲିଥିଲା l ପ୍ରଥମେ ବୀମା ଜନ୍ମ, ବିମାନ ନାମକରଣ ତତ ସଙ୍ଗେ ବିହନ ମାଗିବା ଓ ଶୁଭ ବାଲି ପରିଶେଷରେ ପୂଜର୍ଚନା ସହ ଶେଷ ଦିନରେ ବିସର୍ଜନ କରାଯାଇଥାଏ l ସୂଚନା ଥାଉକି ଏହି ବାଲିଯାତ୍ରା ନିମନ୍ତେ ଚାରିମାସ ପୂର୍ବରୁ ସେହି ଗ୍ରାମର ରୀତିନୀତି ଅନୁସାରେ ଗ୍ରାମର ସମସ୍ତଙ୍କ ଘରୁ ଧାନ,ଚାଉଳ, ମାଣ୍ଡିଆ ଭଳି ବିଭିନ୍ନ ଶସ୍ୟ ଜାତ ଦ୍ରଵ୍ୟ ଆଣି ଏବଂ ଗ୍ରାମର ନଦୀରୁ ବାଲି ଆଣି ବାଲି ରପା କାର୍ଯ୍ୟକ୍ରମ କରାଯାଇଥାଏ ଏବଂ ଯେଉଁ ସବୁ ଶସ୍ୟ ଆଣି ବୁଣାଯାଇଥାଏ, ସେହିପରି ଏହି ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ବେଶ ଧୁମଧାମର ସହ ବାଜା, ମହୁରୀ, ପଟିଆର ଏବଂ ବେଶ ସାଜଶଯ୍ୟାର ସହ ବତାସନା ଗ୍ରାମରୁ ସିରାଗୁଡା ଗ୍ରାମକୁ ଅଣାଯାଇଥାଏ,ବତାସନା ଗ୍ରାମର ମୁଖ୍ୟ ଯାତ୍ରାଟି ମେ 2 ରୁ ଆରମ୍ଭ ହୋଇ ମେ 4 ପର୍ଯ୍ୟନ୍ତ ଚାଲିଥାଏ l ଯାହାକି ଏହି ତିନି ଦିନ ମଧ୍ୟରେ ଗ୍ରାମରେ ବିଭିନ୍ନ ପ୍ରକାରର ଛୋଟ ଛୋଟ ପିଲାମାନଙ୍କ ନିମନ୍ତେ ମିନାଵଜାର, ସଂସୃତିକ ଏବଂ ଆଞ୍ଚଳିକ ନାଟକ କାର୍ଯ୍ୟକ୍ରମ ମାନ ହୋଇଥାଏ l ପରିଶେଷରେ ଏହି ବାଲିଯାତ୍ରା ସମସ୍ତ ବାଲି ଶସ୍ୟ ଓ ପଦାର୍ଥ ମାନଙ୍କୁ ବିସର୍ଜନ କରାଯାଇଥାଏ lଏହି ବାଲି ଯାତ୍ରା ଦେଖିବା ନିମନ୍ତେ କୋଟପାଡ଼ ବ୍ଲକର ବହୁ ଦୂର ଦୁରାନ୍ତରୁ ଭକ୍ତ ଏବଂ ଶ୍ରଧାଳୁ ମାନେ ଉପସ୍ଥିତ ରହି ଏହି ବାଲିଯାତ୍ରାର ଉପଭୋଗ କରିଥାନ୍ତି l ଆଜିର ଏହି ବାଲିଯାତ୍ରା ରେ ମା ଦନ୍ତେଶ୍ବରୀ ପୂଜା କମିଟି ସଭାପତି ନବୀନ ବିଶୋଇ,ଉପସଭାପତି ଲାଲ ବିକ୍ରମ ସିଂହଦେଓ ,କୋଷାଧକ୍ଷ ତ୍ରିପତି ବିଶୋଇ,ମହିନ୍ଦ୍ର ବିଶୋଇ, ନବୀନ ଗୌଡ଼, ମନୋହର ବିଶୋଇ,ବିକ୍ରମ ମାଝୀ, ଜିଲ୍ଲା ପରିଷଦ ଗୀତା ମାଝୀ, ସରପଞ୍ଚ ପାର୍ବତୀ ଅମନlତ୍ୟ, ଅଜୟ ବିଶୋଇ, ରଞ୍ଜନ ବିଶୋଇ, ଗୋପାଳ ସିଂ ଦେଓ ଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ l

ସ୍ଥାନ :- କୋଟପାଡ଼

କୋରାପୁଟ ବୈପାରିଗୁାଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ