ପୋଖରାସାହ୍ଳେ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଗ୍ରାମସଭା ବୈଠକ
ଲରିଆପାଲି ୨୧।୭(ଫାଷ୍ଟ ନ୍ୟୂଜ ଓଡ଼ିଶା):କୋଲାବିରା ବ୍ଳକ ପୋଖରାସାହ୍ଳେ ପଞ୍ଚାୟତ ପୋଖରାସାହ୍ଳେ ସାପ୍ତାହିକ ବଜାର ପ୍ରାଙ୍ଗଣରେ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ କୋଲାବିରା ବ୍ଳକ ଡିଓ ସୁରତରାମ ପ୍ରଧାନ, ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ପିଇଓ ସତ୍ୟଜିତ ମେହେର, ଜିଆର ଏସ ଉମେଶ ପ୍ରଧାନ, ଦୁଖବନ୍ଧୁ ଛଛାନ ଓ ସମସ୍ତ ୱାଡ ସଭ୍ୟ ସଭ୍ୟା ସହ ପଞ୍ଚାୟତର ସମସ୍ତ ଗାଁର ଘର ପାଇଁ ଆବେଦନ କରିଥିବା ହିତାଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତରେ ମୋଟ୍ ୧୦୦୩ ଟି ଘର ତାଲିକାରେ ଆସିଥିବା ବେଳେ ୪୧ ଟି ଘର ଉପରେ ଅଯୋଗ୍ୟ ଅଭିଯୋଗ ହୋଇଅଛି। ଏଥିମଧ୍ୟରେ ତଦାରଖ ହେଲାପରେ ଯୋଗ୍ୟ ହୀତାଧିକାରିଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପଞ୍ଚାୟତ ତରଫରୁ ହିତାଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0