ନୂଆପଡା ନ୍ୟାସନାଲ ମହାବିଦ୍ୟାଳୟ ରେ "ବିଶ୍ବ ଏଡ଼ସ୍ ଦିବସ" ପାଳିତ

Dec 1, 2025 - 21:39
 0  3
ନୂଆପଡା ନ୍ୟାସନାଲ ମହାବିଦ୍ୟାଳୟ ରେ "ବିଶ୍ବ ଏଡ଼ସ୍ ଦିବସ" ପାଳିତ

ନୂଆପଡା ଜିଲ୍ଲା ନ୍ୟାସନାଲ ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ,ରେଡ଼ ରିବନ କ୍ଳବ ଓ ରାଷ୍ଟ୍ରୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ "ବିଶ୍ବ ଏଡ଼ସ୍ ଦିବସ" ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଯୁବରେଡ଼କ୍ରସ ଆବାହକ-ସଂପାଦକ ଶିବ ପ୍ରସାଦ ସା, ଯୁବ ରେଡ଼କ୍ରସ ପରାମର୍ଶ ଦାତା ବୈକୁଣ୍ଠ ବେହେରା, ଜାତୀୟ ସେବା ଯୋଜନା ଅଧିକାରୀ ହେମାଳ ସା ଙ୍କ ନେତୃତ୍ବରେ ଏକ ସଚେତନତା ରେଲି ମହାବିଦ୍ଯାଳୟରୁ ବାହାରି ସିଲଦା ଗ୍ରାମ ପରିକ୍ରମା କରି ଗ୍ରାମବାସୀ ମାନଙ୍କୁ ଏଡ଼ସ୍ ବିଷୟରେ ସଚେତନ କରାଇଥିଲେ।ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଫେସର ହିତେଶ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖରିଆରରୋଡ଼ ସ୍ବାସ୍ଥ୍ୟକେନ୍ଦ୍ର ର AIDS କାଉନସିଲର ବସନ୍ତ ଓଝା ମୁଖ୍ୟବକ୍ତା , ଅଧ୍ଯାପକ ବୈଦ୍ଯନାଥ ଗଡ଼ତିଆ ଓ ମମତା ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅଧ୍ଯାପକ ଶିବ ପ୍ରସାଦ ସା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ଯାପକ ବୈକୁଣ୍ଠ ବେହେରା କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସ୍ବେଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଷ୍ଟ୍ରୀୟ ସେବା ଯୋନା ଅଧିକାରୀ ହେମାଳ ସା ଉପସ୍ଥିତ ଅତିଥି ଓ ସ୍ବେଚ୍ଛାସେବୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ଯାପକ ଶୁକଦେବ ଭିଲ୍ , ଗୋପୀଗୋପାଳ ସୁନା, ହିମାଚଳ ନାଏକ, ପ୍ରକାଶ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ନୂଆପଡ଼ାରୁ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ