ନାଗାବଳୀ ନଦୀରେ ଅଘଟଣ, ଗୋଡ ଖସି ୨ ସାଙ୍ଗର ମୃତ୍ୟୁ

Jan 10, 2025 - 15:41
 0  51
1 / 1

1.

ନାଗାବଳୀ ନଦୀରେ ଅଘଟଣ, ଗୋଡ ଖସି ୨ ସାଙ୍ଗର ମୃତ୍ୟୁ 

 ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଆଜି ଝୁଲା ବ୍ରିଜ ନିକଟ ନାଗବଳୀ ନଦୀରେ ଅଘଟଣ, ୪ସାଙ୍ଗ c.h ଭାର୍ଗବ, ଶ୍ରିନୂ କୁମାର ଯାଦବ, ଜନ୍ମେଞୟ ସାଉନ୍ତା, ଏ.ନ୍ ଭବେଶ ମିଶି ନାଗବଳୀ ନଦୀ ନିକଟ ଝୁଲା ବ୍ରିଜ ରେ ଖେଳିବାକୁ ଯାଇଥିଲେ।ନଦୀ ପଟା ରେ , ଖେଳୁଥିବା ବେଳେ ଗୋଡ଼ ଖସିଯିବା ଫଳରେ ପ୍ରଥମେ ସି. ଏଚ ଭାର୍ଗବ(ଘର ରାଣୀଗୁଡା ଫାର୍ମ ) ନଦୀ ସ୍ରୋତରେ ଭାସି ଯାଇଥିଲେ, ତାଙ୍କୁ ବଞ୍ଚାଇବାକୁ ଯାଇ ଶ୍ରୀନୁ କୁମାର ୟାଦବ (ଘର ସାଇପ୍ରିୟl ନଗର) ମଧ୍ୟ ନଦୀ ସ୍ରୋତରେ ଭାସି ଯାଇଥିଲେ।ଏବଂ ଅନ୍ୟ ଦୁଇ ସାଙ୍ଗ ଉପରେ ରହିଥିଲେ ଏବଂ ଘଟଣା ସମ୍ପର୍କରେ ଜନ୍ମେଞ୍ଜୟ ସାଉଁନ୍ତା,ଏ. ନ ଭବେଶ ନିକଟସ୍ଥ ମାରି ଗୁଡା ଗ୍ରାମ ବାସୀଙ୍କୁ ସାହାଯ୍ୟ ନିମନ୍ତେ ଡାକିଥିଲେ,ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗ କୁ ଖବର ଦେବା, ଅଗ୍ନିଶ୍ରମ ବାହିନୀ ଘଟଣସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥଲେ କିନ୍ତୁ ବହୁ ଖୋଜା ଖୋଜି ପରେ ୨ ସାଙ୍ଗଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା।ଏହି ୪ ବନ୍ଧୁ ଏକ ବେସରକାରୀ ଇଂରାଜୀ ବିଦ୍ୟାଳୟ ଦୀପ୍ତି କନ୍ଭଣ୍ଟ ରେ ୬ଷ୍ଟ ଶ୍ରେଣୀରେ ପଢୁଥିଲେ। ଖବର ପ୍ରକାଶିତ ହେବା ବେଳକୁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ଓ ଶବ ୨ଟି ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। 

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ