କୋଟଗଡ଼ ରେ ଥିବା BSNL ଟାୱାର ଉପରେ ସରକାରଙ୍କ ଦୃଷ୍ଟି ପଡ଼ିବ କେବେ ମୃତ ଅବସ୍ତାରେ ପଡ଼ି ରହିଛି ଟାୱାର I
କୋଟଗଡ଼:୨୮/୦୬/୨୦୨୬.(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କଣ ପାଇଁ ନିର୍ମାଣ ହେଇଛି ଟାୱାର I କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ ହେଡ଼କ୍ଵାଟର ରେ ବିଏସଏନଏଲ ନେଟୱାର୍କ କେବେ ରହୁନି |ଭେଲିଡିଟି ରିଚାର୍ଜ ନାମରେ ଲୁଟି ନେଉଛି ମାସିକ ଲକ୍ଷ ଲକ୍ଷ ଟଙ୍କା, ଦିନ ଦ୍ବି ପ୍ରହର ରେ ହରିଲୁଟ,ବିଏସଏନଏଲ ଗ୍ରାହକ ହନ୍ତସନ୍ତ |କୋଟଗଡ ରେ ନେଟୱାର୍କ ସମସ୍ୟା ବୁଝିବାକୁ ନାହାନ୍ତି କର୍ମଚାରୀ | ସୂଚନା ଥାଉକି,କୋଟଗଡ ବଜାର ରେ ବହୁବାଦ ବିବାଦ ପରେ ପ୍ରାୟ ୨୦୦୭ମସିହାରେ ବିଏସଏନଏଲ ଏକମାତ୍ର ନେଟୱାର୍କ ଭାବେ କାର୍ଯ୍ୟକ୍ଷମ ହୋଇଥିଲା, ଆଉ ସେତେବେଳେ ପ୍ରଥମ ନେଟୱାର୍କ ବୋଲି ସମସ୍ତେ ଖୁସିହୋଇଥିଲେ | କିନ୍ତୁ ଆଜି କୋଟଗଡ ରେ ହଜାର ହଜାର ବିଏସଏନଏଲ ଉପୋଭୋକ୍ତାମହଲ ରେ ଦୁଃଖ, କାରଣ ବିଏସଏନଏଲ ନେଟୱାର୍କ 'ରହୁଛି ଅଳପ , ରହୁନି ବେଶି " ଫଳରେ ବିଭିନ୍ନ କ୍ଷେତ୍ରରେ ଉକ୍ତ ନେଟୱାର୍କ ର ନମ୍ବର ବହୁଳ ବ୍ୟବହାର ହୋଇସାରିଛି | ଅଦ୍ୟାବଧି ଏହି ନମ୍ବର ପରିବର୍ତନ ସମ୍ଭବ ହେଉନି,କି ଆଉ କୋଟଗଡ ରେ ବିକଳ୍ପ ମିଳୁନି | ବିକଳ୍ପ ଭାବରେ ରିଲିଆନ୍ସ ର ଜିଓ ନେଟୱାର୍କ, ହେଲେ ତା ଅବସ୍ଥା ବି ନ କହିବା ଭଲ, କାରଣ 'ଏଇ ଅଛି, ଏଇ ନାହିଁ "ପରି ଲୁଚକାଳି ଖେଳୁଛି ଜିଓ | ତେଣୁ ଏକ ପ୍ରକାର ହରଡ଼ଘଣାରେ ଜନସାଧାରଣ ଠୁ ଆରମ୍ଭ କରି ସରକାରୀ ବେସରକାରୀ ଅନୁଷ୍ଠାନ ର କର୍ମଚାରୀ ଓ ସରକାରୀ କାମ | ତେଣୁ କୋଟଗଡ ବିଏସଏନଏଲ ନେଟୱାର୍କ ଉପଖଣ୍ଡ ପରିଚାଳନା ଅଧିକାରୀଙ୍କୁ ଅନୁରୋଧ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯାଉ, ନତୋବା କୋଟଗଡ କାର୍ଯ୍ୟରତ ସାମ୍ବାଦିକ ସମୂହ ବିଏଏନଏଲ କାର୍ଯ୍ୟାଳୟ ଘେରାଓ କରିବା ସହ କଂଜୁମର କୋର୍ଟର ଦ୍ୱାରସ୍ତ ହେବା ନେଇ ପ୍ରସ୍ତୁତ ହେଉଥିବା କହିଛନ୍ତି ସ୍ଥାନୀୟ ପ୍ରେସକ୍ଲବ ସଦସ୍ୟସମୂହ |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0