କୂଅ ରେ ପଡିଥିବା ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କଲା ବନ ବିଭାଗ
ମାଲକାନଗିରି:୨୩/୦୧,କାଲିମେଳା ବନାଞ୍ଚାଳ ଅନ୍ତର୍ଗତ ଏମପିଭି-୨୬ ଗ୍ରାମରେ ଏକ ଭାଲୁ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଖୋଲା କୂଅ ମଧ୍ୟରେ ପଡି ଯାଇଥିଲା। ସକାଳେ ଗାଁ ଲୋକେ ଭାଲୁକୁ କୂଅ ମଧ୍ୟରେ ପଡ଼ିଥିବା ଦେଖିବାକୁ ପାଇଥିଲେ। କୂଅ ମଧ୍ୟରୁ ଭାଲୁଟି ବାହାରିବା ସମ୍ଭବ ହୋଇ ନଥିବା ବେଳେ ଗାଁ ଲୋକେ କାଲିମେଳା ବନ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ କୂଅ ମଧ୍ୟରୁ ଭାଲୁଟି କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟ ସମାପ୍ତ ପରେ ପ୍ରାଣୀ ଚିକିତ୍ସକ ଦ୍ବାରା ଭାଲୁଟିର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ବର୍ତ୍ତମାନ ଚିକିତ୍ସା ଅଧୀନରେ ଅଛି। ଚିକିତ୍ସା ଏବଂ ପର୍ଯ୍ୟବେକ୍ଷଣ ସମାପ୍ତ ହେବା ପରେ, ଭାଲୁଟିକୁ ଏହାର ପ୍ରାକୃତିକ ବାସସ୍ଥଳୀରେ ନିରାପଦରେ ମୁକ୍ତ କରାଯିବ ବୋଲି କୁହାଯାଇଛି । ତେବେ ଭାଲୁଟି ଗତ ରାତିରେ ଗାଁ ମଧ୍ୟରେ ଖାଦ୍ୟ ଅନ୍ୱେଷଣରେ ଆସି ଥିଲେ ମଧ୍ୟ କୈଣସି ଲୋକଙ୍କୁ ଆକ୍ରମଣ କରିନଥିବା ଜଣା ପଡ଼ିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0