।। ଆଇ ଆଇ ସି ଏବଂ ଏସ୍ ପି ଙ୍କ ନିର୍ଭର ପ୍ରତିଶୃତି ପରେ ଡିଜିଟାଲ ମିଡ଼ିଆ ମହାସଂଘ ଆନ୍ଦୋଳନରୁ ଓହରିଥିଲେ ।।

May 6, 2023 - 20:03
 0  125
।। ଆଇ ଆଇ ସି ଏବଂ ଏସ୍ ପି ଙ୍କ ନିର୍ଭର ପ୍ରତିଶୃତି ପରେ ଡିଜିଟାଲ ମିଡ଼ିଆ ମହାସଂଘ ଆନ୍ଦୋଳନରୁ ଓହରିଥିଲେ ।।

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଭାପତି ସତ୍ୟଜିତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ସାଧାରଣ ସମ୍ପାଦକ କାହ୍ନl ନାୟକଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ଟିମ କଟକ ଜିଲ୍ଲା ନିଆଳି ଥାନା ଅଧିକାରୀ ବିଜୟ ମଲିକଙ୍କୁ ସାକ୍ଷାତ କରି ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଆଲୋଚନା କଲା । ସୂଚନା ଯୋଗ୍ୟ କି,କଟକ ଜିଲ୍ଲା ନିଆଳି times odia ପ୍ରତିନିଧି ବିନୟ କୁମାର ମହାପାତ୍ରଙ୍କୁ ହତ୍ୟା ଧମକ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବାରୁ ମହାସଂଘ ପକ୍ଷରୁ ଗିରଫ ନେଇ ପ୍ରତିବାଦ କରାଯାଇଥିଲା ଏବଂ ନିଆଳି ଥାନା iic ଏବଂ କଟକ ଜିଲ୍ଲା ଏସପି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘକୁ ଗିରଫ କରିବା ନେଇ ନିର୍ଭର ପ୍ରତିଶୃତି ଦେବା ପରେ ସଂଘର ସଦସ୍ୟମାନେ ଆନ୍ଦୋଳନରୁ ଓହରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ ସଫଳ ହେବା ସହ ବିଭିନ୍ନ ଜିଲ୍ଲାରୁ ଆସି ଯୋଗ ଦେଇଥିବା ଭାଇମାନଙ୍କୁ ମହସଂଘ ପକ୍ଷରୁ ବିଶେଷ କୃତଜ୍ଞତା ପ୍ରଦାନ କରାଗଲା । ବ୍ୟୁର ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ