ସଫେଇ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇଲେ ଇମାନୁଏଲ୍ କାଲାସି ସଂଘ ସଭାପତି, ବଣ୍ଟନ କଲେ ଶୀତବସ୍ତ୍ର ଓ ଆର୍ଥିକ ସହାୟତା
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବସ୍ଷ୍ଟାଣ୍ଡଠାରେ ଇମାନୁଏଲ୍ କାଲାସି ସଂଘର ନେତୃତ୍ୱରେ ଏକ ମହତ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସଂଘର ସଭାପତିଙ୍କ ଉପସ୍ଥିତିରେ ସୁନାବେଡ଼ା ପୌରପାଳିକାର ସଫେଇ କର୍ମଚାରୀ ମା' ଓ ଭାଇମାନଙ୍କୁ ଶୀତବସ୍ତ୍ର ସହ କିଛି ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା। ସମାଜରେ ଦିନରାତି ପରିଶ୍ରମ କରି ସହରକୁ ସଫାସୁତୁରା ରଖୁଥିବା ସଫେଇ କର୍ମଚାରୀଙ୍କ ପ୍ରତି ଏଭଳି ମାନବିକତା ଓ ସହଯୋଗ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଭରିଦେଇଛି। ଜଣେ ସାଧାରଣ ଖଟିଖିଆ ମଣିଷଙ୍କ ଦୁଃଖ ଓ ଆବଶ୍ୟକତାକୁ ବୁଝି ତାଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବ ସେବା ବୋଲି ଏହି କାର୍ଯ୍ୟକ୍ରମରୁ ବାର୍ତ୍ତା ମିଳିଛି।
କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0