ଶେଷରେ ଭଗବାନଙ୍କୁ ମଧ୍ୟ ଛାଡିଲେ ନାହିଁ। ଦୀର୍ଘ.୪୦ ବର୍ଷରୁ ଉର୍ଦ୍ଧ ବାରିପଦା ତକତ ପୁର ସ୍ତିତ ପାତାଳେଶ୍ଵର ମହାଦେବଙ୍କର କାର୍ଯ୍ୟାଳୟ ଓ ଭକ୍ତଙ୍କର ରହଣୀ ପିଠ କୁ ଆଜି ପ୍ରସାସନ ଭାଙ୍ଗିମାଟିରେ ମିଶାଇ ଦେଇଛି
ବାରିପଦା:-୧୨/୦୮/୨୬ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା )ଶେଷରେ ଭଗବାନଙ୍କୁ ମଧ୍ୟ ଛାଡିଲେ ନାହିଁ। ଦୀର୍ଘ.୪୦ ବର୍ଷରୁ ଉର୍ଦ୍ଧ ବାରିପଦା ତକତ ପୁର ସ୍ତିତ ପାତାଳେଶ୍ଵର ମହାଦେବଙ୍କର କାର୍ଯ୍ୟାଳୟ ଓ ଭକ୍ତଙ୍କର ରହଣୀ ପିଠ କୁ ଆଜି ପ୍ରସାସନ ଭାଙ୍ଗିମାଟିରେ ମିଶାଇ ଦେଇଛି । ଭକ୍ତମାନେ କହିବା ମୁତାବତ,କିଛି ଦୁଷ୍ଟ ଓ କୁଚକ୍ରି ଲୋକ ଏହି ସଂସ୍ଥାରୁ ଫାଇଦI ଉଠାଇବା ପାଇଁ ଚେଷ୍ଟା କରୁଥିଲେ ମାତ୍ର ତାଙ୍କୁ ବିରୋଦ କରିବାରୁ ସେମାନେ ଏହି ସଂସ୍ଥା ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣି ଏହି ପରି ଘଟଣା ଘଟାଇଛନ୍ତି। ଯାହାକି ଆଜି ଶହ ଶହ ଶୈବଭକ୍ତଙ୍କୁ ବହୁତ ଆଘାତ ଦେଇଛି। ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ ଦିନଏହି ଧାର୍ମିକ ସେବା ସଂସ୍ଥା ରହିଆସିଛି। ହଜାର ହଜାର ଭକ୍ତ ଏହାକୁ ବିଶ୍ୱାସ କରି ପୂଜା ଅର୍ଚ୍ଚନା ପାଇଁ ଦୁର ଦୂରାନ୍ତରରୁ ଛୁଟି ଆସନ୍ତି ମାତ୍ର ଦୀର୍ଘବର୍ଷହେଲା କୌଣସି ପ୍ରସାସର ନଜର ଦୃଷ୍ଟିରେ ଆସି ନଥିଲା ମାତ୍ରା ଆଜି କେଉଁ ବିଧର୍ମିଙ୍କର ଚାପରେ ଆଜି ପ୍ରସାସନ ବାଧ୍ୟହୋଇ ଏପରି ଦୁଃଖ ଘଟଣା ଘଟାଇ ଛି ଏହାକୁ ନେଇ ବହୁ ପ୍ରଶ୍ନ ବାଚି ହେଉଛି। ଏହାକୁ ସବୁ ମହଲରେ ନିନ୍ଦା କରାଯାଇଛି।ଏହି ଭକ୍ତମାନଙ୍କ ପାଇଁ ଜିଲ୍ଲା ପ୍ରସାସନ ସଦୋୟ ହୋଇ ରହିବା ପାଇଁ କିଛିଜାଗାରେ ଏକ ଆଶ୍ରୟ ସ୍ଥଳି ଓ ସଂକର୍ତ୍ତନଏବଂ ହେ।ମ ଯଜ୍ଞ ପାଇଁ ଏବଂଏହି ଦୀର୍ଘବର୍ଷର ପାରମ୍ପାରିକ ଶୈବ ପିଠରେ ମହା ଶିବରାତ୍ରି ରେ ଦୀପ ଜାଳିବା ପାଇଁ ଜାଗା ର ବ୍ୟବସ୍ତା ପାଇଁ ଭକ୍ତମାନେ ଦାବୀ କରୁଛନ୍ତି।ଯେଉଁକୁଚକ୍ରି ବ୍ୟକ୍ତିମାନେଏହି ମନ୍ଦିରଏବଂ ଭକ୍ତଙ୍କର କ୍ଷତି ପହଁଞ୍ଚାଉଛନ୍ତି । ସେହି ବ୍ୟକ୍ତି ମାନେ ମଧ୍ୟ ସରକାରୀ ଜାଗାରେ ସରକାରଙ୍କ ବିନା ଅନୁମତିରେ ବେଆଇନ ଘର କରି ଛାତ୍ରୀ,/ଛାତ୍ରୀନିବାସ ଏବଂ ବିଭିନ୍ନ ବେପାର କରି ଲକ୍ଷ ଲକ୍ଷ ଟଙ୍ଗା ଲୁଟି ଖାଉଛନ୍ତି।ଏହି ବେପାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି। କେତେ ଶୀଘ୍ର ଏହି ବ୍ୟକ୍ତିମାନଙ୍କର ବେଆଇନ କୋଠାକୁ ଜିଲ୍ଲା ପ୍ରସାସନଭାଙ୍ଗି ମାଟିରେ ମିଶାଇବ। ତାହା ଦେଖି ବାରେ ବାକି ରହିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0