ମାଲକାନଗିରିରେ ୩୮୫ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଜିଲ୍ଲାସ୍ତରୀୟ କାଉନସେଲିଂ ଆୟୋଜିତ

Nov 21, 2026 - 18:18
 0  15
ମାଲକାନଗିରିରେ ୩୮୫ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଜିଲ୍ଲାସ୍ତରୀୟ କାଉନସେଲିଂ ଆୟୋଜିତ

ମାଲକାନଗିରି, ୨୧/୧୧/୨୦୨୬: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଓଡ଼ିଶା ଆଦେଶ ସଂଖ୍ୟା ୨୦୮୩୪ ତାରିଖ ୧୦-୧୧-୨୦୨୬ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ମାଲକାନଗିରି ତରଫରୁ ଆଜି ମାଲକାନଗିରି ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାରେ କାର୍ଯ୍ୟରତ ୩୮୫ ଜଣ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଜିଲ୍ଲାସ୍ତରୀୟ କାଉନସେଲିଂ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାଉନସେଲିଂରେ ୭୯ ଜଣ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ୧୮୬ ଜଣ କଳା ସ୍ନାତକ ଶିକ୍ଷକ ଏବଂ ୧୨୦ ଜଣ ବିଜ୍ଞାନ ସ୍ନାତକ ଶିକ୍ଷକ ନିମନ୍ତେ ପଦୋନ୍ନତି ସହ କାର୍ଯ୍ୟ କରିବାକୁ ନିର୍ଦ୍ଦିଷ୍ଟ ବିଦ୍ୟାଳୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସହଯୋଗ କରିଥିଲେ। କାଉନସେଲିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହ ସ୍ୱଚ୍ଛ ଭାବେ ସମ୍ପନ୍ନ ହୋଇଥିଲା। ପଦୋନ୍ନତି ପାଇଥିବା ଶିକ୍ଷକମାନେ ଖୁସି ପ୍ରକାଶ କରିବା ସହ ନୂଆ ଦାୟିତ୍ୱରେ ବିଦ୍ୟାଳୟରେ ଶିକ୍ଷାଦାନ ଆହୁରି ଭଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟାଳୟ ତରଫରୁ ସୂଚନା ଦିଆ ଯାଇଅଛି ଯେ ଏହି ପ୍ରକ୍ରିୟାରେ ପଦୋନ୍ନତି ପାଇ ପାରିନଥିବା ଶିକ୍ଷକଙ୍କ ପାଇଁ ପୁର୍ନବିଚାର କରାଯାଇ ପଦୋନ୍ନତି କମିଟି ଆୟୋଜିତ କରାଯାଇ କାଉନସେଲିଂ କରାଯିବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ