।। ବଡ଼ ଗାଡ଼ିରେ ବାଲି ଏବଂ ଚିପ୍ସ ଆଣି ବାହାଦୂର ମାଝୀ ରାସ୍ତା ଭାଙ୍ଗି ଥିବାର ଦୃଶ୍ୟ ।।

Dec 9, 2023 - 06:17
Dec 9, 2023 - 06:18
 0  30
।। ବଡ଼ ଗାଡ଼ିରେ ବାଲି ଏବଂ ଚିପ୍ସ ଆଣି ବାହାଦୂର ମାଝୀ ରାସ୍ତା ଭାଙ୍ଗି ଥିବାର ଦୃଶ୍ୟ ।।

କୋରାପୁଟ:ଆଦ୍ୟ-୫/୧୧/୨୦୨୩ ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲା, କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ୨୧ ନଂ ୱାର୍ଡ ଚେରେଙ୍ଗା ଗୁଡା ଗ୍ରାମରେ ଜଣେ ବାହାଦୂର ମାଝୀ ,ମାତା-ରାଧା ମାଝୀ ଉକ୍ତ ବ୍ୟକ୍ତି ଜଣକ ଆଜିକୁ ୩୦ବର୍ଷ ତଳେ ତିଆଡି ପୁଟ ଗ୍ରାମରୁ ଚେରେଙ୍ଗା ଗୁଡା ଗ୍ରାମରେ ଆସି ଉକ୍ତ ଗ୍ରାମର ମୁଖ୍ୟ ନାୟକ (ଦାରମା ନାୟକ) ପରିବାର ର ଝିଅ (ଅଳେ ନାୟକ)କୁ ଧନ ସମ୍ପତ୍ତି ଲଭରେ ପ୍ରେମ ଜାଳରେ ବାନ୍ଦୀ ବାହା ହେଗଲେ ଏବଂ ଚେରେଙ୍ଗା ଗୁଡା ଗ୍ରାମର ବାସିନ୍ଦା ଭାବରେ ରହିଲେ ଆଉ ତାଙ୍କ ଶାଶୂ ଶଶୁର ଘରର ଧନ ସମ୍ପତ୍ତି ବି ଅପଣାଇଲେ ।ଏବଂ ଆଜି ସେହି ବ୍ୟକ୍ତି ଜଣକ ୫/୧୧/୨୦୨୩ ମଙ୍ଗଳବାର ଦିନ ବଡ଼ ଗାଡ଼ିରେ ବାଲି ଏବଂ ଚିପ୍ସ ଆଣି ଗ୍ରାମର ରାସ୍ତା ଭାଙ୍ଗି ଦେଇଥିଲେ ସୁଦ୍ଧା ଗ୍ରାମର ମୁଖିଆ ମାନେ (ମହନ ନାୟକ, ଧନିଆ ନାୟକ, ଭୀମ କୂଳଦୀପ, ଟୁଟୁ କୂଳଦୀପ, ବିଶ୍ୱନାଥ ଖିଲ, ଭୀମ ଖିଲ, ପିତାମ୍ବର ଖିଲ, ଖଗପତି ଜାନୀ,ଜଗନ୍ନାଥ ଜାନୀ,ଡାଲୁ ଖରା, ପବିତ୍ରଖରା )ଙ୍କ ବ୍ୟତୀତ ଗ୍ରାମର ଅନ୍ୟାନ୍ୟ ଭଦ୍ର ବ୍ୟକ୍ତିମାନେ ବାହାଦୂର ମାଝୀଙ୍କ ଗୋଟିଏ ପଦ କଥା କହିବାର ସକ୍ଷମ ନଥିବା ଦେଖି ଉକ୍ତ ଗ୍ରାମର ଛଟିଆ ଜନମୁଖ ଖବରକାଗଜ ର ସାମ୍ବାଦିକ ବାବୁଲା ଖିଲ ଏହାକୁ ନେଇ ପଛାରି ଥିବା ବେଳେ ବାହାଦୂର ମାଝୀ ତା ସ୍ତ୍ରୀ ର ଚିକିତ୍ସା ହେଇଥିବା ଯୋଗୁଁ ଆଉ କିଛି ଦିନ ପରେ ହଟାଇବା ବୋଲି କହିଲା ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ