ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ।

Feb 25, 2025 - 19:53
 0  27
1 / 1

1.

ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ।

ରାୟଗଡ଼ ସହର ସର୍ବ ଶ୍ରେଷ୍ଠ ଦେବତା ସ୍ଵୟଂଭୂ ସଦାଶିବ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ବାଲୁଙ୍କେଶ୍ବର ମହାଦେବଙ୍କ ବାର୍ଷିକ ଉତ୍ସବ, ମହା ଶିବରାତ୍ରି ପାଳନ ଏବଂ ବିଶ୍ଵଶାନ୍ତି ତ୍ରୟମ୍ବକ ମହାଯଜ୍ଞ ଅନୁଷ୍ଟିତ ହେବ। 

ସପ୍ତ ଦିନାତ୍ମକ ଏହି ପବିତ୍ର କାର୍ଯ୍ୟକ୍ରମ ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ଯୁକ୍ତ ଦ୍ଵାଦଶୀ ଚଳିତ ମାସ ୨୪ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ଫାଲଗୁନ ମାସ ଶୁକ୍ଲ ପକ୍ଷ ତୃତୀୟା ୨ମାର୍ଚ୍ଚ ୨୦୨୫ରବିବାର ପର୍ୟ୍ୟନ୍ତ ରିତି ନୀତି ଅନୁସାରେ ପାଳନ ହେବ।

ପ୍ରଥମ ଦିନ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ଅଙ୍କୁରା ରୋପଣ , କର୍ମାରମ୍ଭ, ଶାଲା ସଂସ୍କାର, କୁଣ୍ଡାଗ୍ନି ସଂସ୍କାର , ସବିଗ୍ରହ ପ୍ରାସାଦ ଧାନ୍ୟା ଧିବାସ , ହୋମ ଆରତୀ ଓ ପୁଷ୍ପାଞ୍ଜଳି ହୋଇଥିଲା। ସୁଦୂର ବ୍ରହ୍ମବୁର ରୁ ଆସିଥିବା ନୀଳ ମାଧବ ତ୍ରିପାଠୀ ହୋମ ଯଜ୍ଞ କାର୍ଯ୍ୟ ପରିଚାଳନା କରୁଥିବା ବେଳେ, ସ୍ଥାନୀୟ ଅଞ୍ଚଳର ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସ, ବ୍ରଜ କିଶୋର ଦାସ, ବାବୁନା ମିଶ୍ର, କୃଷ୍ନ ଚନ୍ଦ୍ର ଦାସ, ଉପସ୍ଥିତ ଥିବାବେଳେ ଯଜ୍ଞରେ ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ ରଣା ,ଓ ଅନ୍ୟ ମାନେ ମଧ୍ୟ ଯଜ୍ଞରେ ସହଯୋଗ କରିଥିବା କହିଛନ୍ତି। 

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ