।। ବାତ୍ୟା ଆଶ୍ରୟସ୍ଥଳ ସ୍ଥିତି ଯାଞ୍ଚ କଲେ ଜିଲାପାଳ ।।
ଜିଲାପାଳ ପି. ଅନ୍ଵେଷା ରେଡ୍ଡୀ ବ୍ଲକ୍ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି। ଯାଜପୁର ଜିଲା ଉପରେ ସମ୍ଭାବ୍ୟ ବାତ୍ ବାତ୍ୟା ‘ଦାନା’ର ପ୍ରଭାବ ଆଶଙ୍କା ଥିବାରୁ ମଙ୍ଗଳବାର ଜିଲାପାଳ ପି. ଅନ୍ଵେଷା ରେଡ୍ଡୀ ବରୀ ବ୍ଲକ୍ ଅଞ୍ଚଳ ଗସ୍ତ କରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ସ୍ଥିତି ଯାଞ୍ଚ କରିଛନ୍ତି । ଜିଲାପାଳ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକେ କିଭଳି ସୁରକ୍ଷିତ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବେ ଏବଂ କିପରି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ବ୍ଲକ ପ୍ରଶାସନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପରେ ଏହି ବ୍ଲକ ଅଧୀନ ଗମୁ ବାତ୍ୟା, ଉଦୟନାଥପୁର କାମ କରୁନି ବରୀ ବ୍ଲକ୍ର ଜରୁରିକାଳନୀ ଫୋନ୍ ନମ୍ବର ବରୀସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବରୀ ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳନୀ ଫୋନ୍ ନମ୍ବର ୯୦୯୦୮୬୪୮୪୫ ଜାରିକରାଯାଇଛି। ମାତ୍ର ଏହି ନମ୍ବର କାମ କରୁନାହିଁ। 99 ନମ୍ବରକୁ ଫୋନ୍ କଲେ ତାହା ଅସ୍ଥାୟୀ ଭାବେ ଆଉଟ୍ ଅଫ୍ ସର୍ଭିସରେ ଥିବା କୁହାଯାଉଛି। ବ୍ଲକ୍ ପ୍ରଶାସନର ଏଭଳି ଖାମଖିଆଲି ମନୋଭାବକୁ ନେଇ ଲୋକଙ୍କ ମଧ୍ଯରେ ର ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ୍ ପ୍ରଶାସନ ଏହାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ମଢ଼ିଆଳି ବାତ୍ୟା ଆଶ୍ରୟସ୍ଥଳଳ ପରିଦର୍ଶନ କରି ଆଲୋକ ବ୍ୟବସ୍ଥା, ଶୁଖୁଲା ଖାଦ୍ୟ, ପାନୀୟ ଜଳ ଆଦି ବ୍ୟବସ୍ଥା କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ସରପଞ୍ଚମାନଙ୍କୁ ସହଯୋଗ କରିବାକୁ କହିଛନ୍ତି। ଯେଭଳି କୌଣସି ଜନଜୀବନ ହାନି ନ ଘଟେ ସେ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ସଜାଗ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧୀକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ ବେଉରିଆ, ବିଡିଓ ପଞ୍ଚାନନ ମଲିକ, ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ, ଅତିରିକ୍ତ ବିଡିଓ ମହେଶ୍ୱର ସେଠୀ ଓ ସହକାରୀ ଯନ୍ତ୍ରୀ ସନ୍ଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0