ବଡ଼ବାହାଲ ବଜାରରେ ଯୁବକଙ୍କ ଆକ୍ରମଣରେ ଦୁଇ ଭାଇ ଗୁରୁତର, ଠେଙ୍ଗା ଆକ୍ରମଣରେ ବଡ଼ଭାଇ ମୁଣ୍ଡରେ ଗଭୀର ଆଘାତ, କାମୁଡ଼ାରେ ସାନ ଭାଇ ଙ୍କ କାନ ଛିଣ୍ଡିଲା,ଅଭିଯୁକ୍ତ ଅଟକ,

Nov 22, 2026 - 23:56
 0  25
ବଡ଼ବାହାଲ ବଜାରରେ  ଯୁବକଙ୍କ ଆକ୍ରମଣରେ ଦୁଇ ଭାଇ ଗୁରୁତର, ଠେଙ୍ଗା ଆକ୍ରମଣରେ ବଡ଼ଭାଇ ମୁଣ୍ଡରେ ଗଭୀର ଆଘାତ, କାମୁଡ଼ାରେ ସାନ ଭାଇ ଙ୍କ କାନ ଛିଣ୍ଡିଲା,ଅଭିଯୁକ୍ତ ଅଟକ,

କୋଲାବିରା,୨୨/୧୧( ଫା ଷ୍ଟ ନ୍ୟୂଜ): କୋଲାବିର ଥାନା ଅଧିନସ୍ଥ ବଡ଼ବାହାଲ ଗ୍ରାମ ରବିବାର ସାପ୍ତାହିକ ବଜାରରେ ଜଣେ ଯୁବକ ଆତଙ୍କ ଖେଳାଇ ଆକ୍ରମଣ କରିବାରୁ ପନିପରିବା ବେପାର କରୁଥିବା ଦୁଇ ଭାଇ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି l ଯୁବକ ଙ୍କ ଠେଙ୍ଗା ଆକ୍ରମଣ ରେ ବଡ଼ ଭାଇ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଵେଲେ ସାନ ଭାଇ ଙ୍କ କାନ କାମୁଡ଼ାରେ ଛିଣ୍ଡି ଯାଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ କୋଲାବିରା ଗ୍ରାମର ଜଗନ୍ନାଥ ଟଣ୍ଡକାର(୩୭) ବଡ଼ବାହାଲ ସାପ୍ତାହିକ ବଜାର କୁ ପନିପରିବା ବିକ୍ରୟ କରିବା ପାଇଁ ଯାଇଥିଲେ l ତାଙ୍କ ଦୋକାନରେ ଗ୍ରାହକ ଙ୍କ ଭିଡ଼ ଥିବା ବେଳେ ବଡ଼ବାହାଲ ଅଇତାପଡ଼ା ଗ୍ରାମର ଶ୍ରୀକାନ୍ତ କିସାନ ନାମକ ଜଣେ ଯୁବକ ଦୋକାନ କୁ ପହଞ୍ଚି କୌଣସି କାରଣକୁ ନେଇ ବଚସା ଆରମ୍ଭ କରିଥିଲେ l ଏହାକୁ ଜଗନ୍ନାଥ ବିରୋଧ କରିବାରୁ ଶ୍ରୀକାନ୍ତ ଘରକୁ ଫେରିଯାଇଥିଲେ l ଗଣ୍ଡଗୋଳ ବିଷୟରେ ସୂଚନା ପାଇ ଜଗନ୍ନାଥ ଙ୍କ ବଡ ଭାଇ ଈଶ୍ୱର ଟଣ୍ଡକାର(୪୧) ଓ ବଡ ଭଉଣୀ ବଜାର କୁ ପହଞ୍ଚି ଥିଲେ l ତେବେ ପୂର୍ବ ଘଟଣାର ପ୍ରାୟ ଅଧ ଘଣ୍ଟା ପରେ ଶ୍ରୀକାନ୍ତ ହାତରେ ଏକ ବଡ ଠେଙ୍ଗା ଧରି ପୁଣି ବଜାର କୁ ପହଞ୍ଚି ଥିଲା l ପ୍ରଥମେ ଈଶ୍ୱର ଙ୍କୁ ପଛ ପଟୁ ମୁଣ୍ଡରେ ଦୁଇ ଠେଙ୍ଗା ମାଡ ମାରିଥିଲା l ଫଳରେ ଈଶ୍ୱର ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲା l ଏହାସହ ଜଗନ୍ନାଥ ଙ୍କୁ ମଧ୍ୟ ଅତର୍କିତ ଆକ୍ରମଣ କରି ତାଙ୍କର କାନକୁ ମୁହଁ ରେ କାମୁଡ଼ି ଧରି ଥିଲା l କାମୁଡ଼ା ଯୋଗୁଁ ଜଗନ୍ନାଥ କାନର ଗୋଟିଏ ଅଂଶ ସମ୍ପୂର୍ଣ ଛିଣ୍ଡି ଯାଇ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ l ଆକ୍ରମଣ ପରେ ଶ୍ରୀକାନ୍ତ ଘଟଣାସ୍ଥଳ ରୁ ଫେରାର ହୋଇ ଯାଇଥିଲା l ପୋଲିସ ଘଟଣାସ୍ଥଳ କୁ ପହଞ୍ଚି ଆହତ ଦୁଇ ଭାଇ ଙ୍କୁ କୋଳାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲା l ତେବେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l ତେବେ ଝାରସୁଗୁଡ଼ା ରୁ ଉଭୟ ଙ୍କୁ ବୁର୍ଲା ଡାକ୍ତରଖାନା କୁ ନିଆଯାଇଥିବା ସୂଚନା ମିଳିଛି l ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଯୁବକ ଶ୍ରୀକାନ୍ତ କୁ ଥାନା କୁ ଆଣି ଅଟକ ରଖିଛି l ଏନେଇ ଆହତ ଦୁଇ ଭାଇ ଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି l ଯୁବକଙ୍କୁ ଅଟକ ରଖା ଯାଇ ଘଟଣାର ତଦନ୍ତ ଚାଲୁ ରହିଛି ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି l

 କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ