।। ବଅଁରପାଳରେ ବାଇକ ଦୁର୍ଘଟଣା: ଚାଳକ ମୃତ, ଜଣେ ଗୁରୁତର ।।

May 7, 2023 - 19:45
 0  42
।। ବଅଁରପାଳରେ ବାଇକ ଦୁର୍ଘଟଣା: ଚାଳକ ମୃତ, ଜଣେ ଗୁରୁତର ।।

ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗ୍ରାମର ସୀମା ଅଞ୍ଚଳରେ ଏକ୍ ବାଇକ(ଓଆର ୧୯ ଏନ ୮୩୦୨) ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ତିନୋଟି ଗାଡ଼ିରେ ବାରଶିଙ୍ଘା ଗ୍ରାମ ଆଡୁ ଦ୍ରୁତ ଗତିରେ ଆସୁଥିବାବେଳେ ବାଇକଟି ଦୁର୍ଘଟଣାର ଶିକାର ହୋଇଥିଲା। ବାଇକ ଚାଳକ ଆଙ୍କୁଲା ଗ୍ରାମର କାର୍ତ୍ତିକ ବିଶ୍ଵାଳଙ୍କ ପୁଅ ଶକ୍ତିକାନ୍ତ ବିଶ୍ଵାଳଙ୍କର ମୃତ୍ଯୁ ହୋଇଥିବାବେଳେ ତୁରଙ୍ଗ ଗ୍ରାମର ଉପର ସାହି ତପନ ମହାନ୍ତିଙ୍କ ପୁଅ ଅର୍ଜୁନ ମହାନ୍ତି ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ବଅଁରପାଳ ଥାନାକୁ ଖବର ଦେବା ସହ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ସାହାଯ୍ୟରେ ଗୁରୁତର ଅର୍ଜୁନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ। ଘଟଣାସ୍ଥଳରେ ବଅଁରପାଳ ଥାନା ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପଠାଇଥିବା ବେଳେ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ