ପୋଖରୀରୁ ମିଳିଲା ଅଧା ଶଢ଼ି ଯାଇଥିବା ମୃତ୍ୟୁ ଦେହ, ଯାହାର ମୁଣ୍ଡ ନାହିଁ
କଳାହାଣ୍ଡି:-୧୨/୩/୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ପୋଖରୀ ଭିତରୁ ମୁଣ୍ଡ ନଥିବା ମଣିଷ ଗଣ୍ଡି ଅଞ୍ଚଳବାସୀ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବିମଳା ବାଘବନ୍ଦ ପୋଖରୀରୁ ଗଳିତ ମଣିଷ ଉଦ୍ଧାର ହୋଇଛି। ଆଜି ଗାଁ ର କିଛି ଯୁବକ ମାଛ ଧରିବା ପାଇଁ ବାଘବନ୍ଦ ପୋଖରୀକୁ ଯାଇଥିଲେ। ସେଠାରେ ସେମାନେ ଏକ ମଣିଷର ଗଣ୍ଡି ବା ଅଧା ଶଢା ଜଙ୍ଗ କୁ ମାଛ ବୋଲି ବାହାରକୁ ଟାଣି ଆଣିଥିଲେ। କିନ୍ତୁ ମାଛ ଭାବୁଥିବା ମାଛ ମଣିଷ ର ମୃତ ଦେହ ବାହାରିଥିଲା,ଏହା ଦେଖି ସେମାନେ ଭୟଭୀତ ହୋଇ ଗ୍ରାମବାସୀ ଙ୍କୁ ଜଣେଇଥିଲେ। ପରେ ଗ୍ରାମର ଲୋକ ସେଠାରେ ପହଞ୍ଚି ଜୟପାଟଣା ପୋଲିସ ଓ ଅଗ୍ନିଶମ ବିଭାଗ କୁ ଜଣେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପୋଖରୀ ଭିତରେ ଅନ୍ୟ ଅଂଶ ଅଛି କି ନାହିଁ ତାହା ନେଇ ମଧ୍ୟ ଖୋଜାଖୋଜି ଚାଲିଛି। ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କ ଗ୍ରାମର ଅମୃତ ପୁଝାରୀ ନାମକ ଜଣେ ଝିଅ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏବଂ ସେହି ଝିଅ ଆଜିପର୍ଯ୍ୟନ୍ତ ମିଳିନଥିବାରୁ , ବର୍ତ୍ତମାନ ମିଳିଥିବା ଏହି ଶରୀରର ଅଂଶଟି ସେହି ନିଖୋଜ ଯୁବତୀଙ୍କର କି ନୁହେଁ ସେ ନେହି ଗ୍ରାମବାସୀଙ୍କ ମଧ୍ୟ୍ୟରେ ସନ୍ଦେହ ଜନକ ଚର୍ଚ୍ଚା ହୋଇଛି। ଏହାର ଭିତିରିଆ ରହସ୍ୟ କଣ ରହିଛି ପୋଲିସ ତଥା ସାଇନ୍ ଫିକ୍ ତଦନ୍ତ ପାଇଁ ଜନମହାଳରେ ଦାବି ରହିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0