ଦୃଷ୍ଟିବାଧିତ ଛାତ୍ରୀଙ୍କୁ ମାଗଣା ଲାପଟପ୍ ପ୍ରଦାନ କଲେ ଜିଲ୍ଲାପାଳ

Aug 13, 2026 - 05:56
 0  47
ଦୃଷ୍ଟିବାଧିତ ଛାତ୍ରୀଙ୍କୁ ମାଗଣା ଲାପଟପ୍ ପ୍ରଦାନ କଲେ ଜିଲ୍ଲାପାଳ

*ଝାରସୁଗୁଡ଼ା, ୧୨/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା):* ଦିବ୍ୟଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍ସାହିତ କରିବା ଏବଂ ସେମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ ଜାରି ରହିଛି। ଏହି କ୍ରମରେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଜଣେ ଦୃଷ୍ଟିବାଧିତ ମେଧାବୀ ଛାତ୍ରୀଙ୍କୁ ମାଗଣା ଲାପଟପ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାଏକ ଉପସ୍ଥିତ ରହିଥିଲେ।ସୂଚନାଯୋଗ୍ୟ ଯେ, ସରକାରଙ୍କ ଏହି ଯୋଜନା ଅଧୀନରେ ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଦୃଷ୍ଟିବାଧିତ ଥିବା ଯୋଗ୍ୟ ସ୍ନାତକ (ଓ ତଦୂର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପଟପ୍ ଯୋଗାଇ ଦିଆଯାଉଛି। ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଠେବ୍ରା ଗ୍ରାମର ଦୃଷ୍ଟିବାଧିତ ଛାତ୍ରୀ ବବିତା ଚୌଧୁରୀଙ୍କୁ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଲାପଟପ୍ ହସ୍ତାନ୍ତର କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉଚ୍ଚଶିକ୍ଷା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସହାୟତା ଦ୍ୱାରା ସ୍ନାତକ ସ୍ତରରେ ପଢ଼ୁଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣ, ଗବେଷଣା ଏବଂ ଡିଜିଟାଲ୍ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଅନେକ ସୁବିଧା ପାଇପାରିବେ। ପୂର୍ବରୁ ଏହି ଯୋଜନା ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାର ୧୦ ଜଣ ଯୋଗ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣାରେ ଲାପଟପ୍ ବଣ୍ଟନ କରାଯାଇସାରିଛି।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ