ଜିଓ ନେଟୱାର୍କ ଧନ୍ ଧାନା ଧନlକରି ଦେଲାଣି ଗ୍ରାହକ ଙ୍କ ପୋକେଟ lବିଦ୍ୟୁତ୍ ନଥିଲେ ନେଟ ୱାର୍କ ଠପ୍ lଵଡୁଛି ଅସନ୍ତୋଷ।
ନନ୍ଦପୁର:୦୩/୦୮/୨୦୨୬ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ନନ୍ଦପୁର ଅଞ୍ଚଳରେ ନେଟୱାର୍କ ସମସ୍ୟା କମିବାର ନା ନେଉନି। ବିଦ୍ୟୁତ୍ କାଟିଲେ ନେଟୱାର୍କ ଜିରୋ । ଡିଜିଟାଲ ଇଣ୍ଡିଆ ର ସ୍ବପ୍ନ ଅଧାରାସ୍ତାରେ ଅଣନିଶ୍ୱାସୀ ହେଲାଭଳି ପ୍ରତୀତ ହେଉଛି। ସମ୍ପ୍ରତି ସମାଜରେ ଡିଜିଟାଇଜେସନର ଭୂମିକା ଅନେକ ମହତ୍ୱ ବହନ କରୁଥିବା ବେଳେ, ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଯେପରି ବିଭିନ୍ନ ପଞ୍ଜୀକରଣ, ଶିକ୍ଷା, ବ୍ୟାଙ୍କ୍ କାରବାର ଠାରୁ ନେଇ ସମସ୍ତ ସରକାରୀ କାର୍ଯ୍ୟ ବର୍ତ୍ତମାନ ନେଟୱାର୍କ ଉପରେ ଆଶ୍ରିତ। ହେଲେ ବର୍ତ୍ତମାନ ସମୟରେ ବିଦ୍ୟୁତ୍ ସହ ନେଟୱର୍କ ବିଭ୍ରାଟ ଦେଖା ଦେଉଛି । ନନ୍ଦପୁର ଉପଖଣ୍ଡର ବାଡେଲ, ଭେଯା, ହିକିମ୍ ପୁଟ, ଗୋଲୁର, ଅତଣ୍ଡା, ପାନ୍ଥଲୁଙ୍ଗ, ପରଜାବଡପଡା ଭଳି ଅନେକ ପଞ୍ଚାୟତର ଅନେକ ଗ୍ରାମ ଅଧିକାଂଶ ସମୟ ନେଟୱର୍କ ବିହୀନ ଅବସ୍ଥାରେ ରହିଛି। ବିଶେଷ କରି ଯେଉଁ ସମୟରେ ବିଦ୍ୟୁତ୍ ବିଭ୍ରାଟ ହୁଏ ସେହି ସମୟରେ ସମସ୍ତ ନେଟୱର୍କ ଭାଙ୍ଗିପଡ଼େ, ଯଦ୍ୱାରା ସାଧାରଣ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇପଡ଼ନ୍ତି। ଅନେକଙ୍କ କହିବା କଥା ଏହି ନେଟୱାର୍କ ପ୍ରୋଭାଇଡର କମ୍ପାନୀ ଗୁଡାକ ବିଭିନ୍ନ ଅଞ୍ଚଳରେ ଟାୱାର ତ ଠିଆ କରିଦେଲେ ହେଲେ ତାହାର ରକ୍ଷଣାବେକ୍ଷଣ ସଠିକ୍ ହେଉନଥିବା ଯୋଗୁ ନେଟୱର୍କ ସମସ୍ୟା ଜଟିଳ ହୋଇପଡ଼ିଛି। ଶହ ଶହ ଟଙ୍କା ରିଚାର୍ଜ କରି ମଧ୍ୟ ସାଧାରଣ ଉପୋଭକ୍ତା ତାହାର ସୁବିଧା ସଠିକ୍ ଭାବେ ଉପଭୋଗ କରି ପାରୁନାହାନ୍ତି। ତେବେ କମ୍ପାନୀ କତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା କୁ ଦାବୀ ହେଉଛି।
ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0