।। ଜମ୍ମୁ ଓ କାଶ୍ମୀର ବାରାମୁଲ୍ଲାରେ ଏନ୍‌କାଉଣ୍ଟର୍‌: ୨ ଆତଙ୍କବାଦୀ ନିହତ l।

May 5, 2023 - 00:02
 0  107
।। ଜମ୍ମୁ ଓ କାଶ୍ମୀର ବାରାମୁଲ୍ଲାରେ ଏନ୍‌କାଉଣ୍ଟର୍‌: ୨ ଆତଙ୍କବାଦୀ ନିହତ l।

ଆଜି ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୨ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା କଥା ପୁଲିସ କହିଛି। ଘଟଣାସ୍ଥଳରୁ ଗୋଟାଏ ଏ.କେ. ୪୭ ରାଇଫଲ୍‌ ଓ ଗୋଟିଏ ପିସ୍ତଲ୍‌ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ୱାନିଗାମ୍‌ ପେୟୀନ କ୍ରୀରି ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇ ନିରାପତ୍ତା ବଳ ଆଜି ପ୍ରତ୍ୟୁଷରେ ସେଠାରେ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା ବୋଲି ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ବୁଧବାର ଦିନ ଜମ୍ମୁ ଓ କଶ୍ମୀର ଏବଂ ସେନା ମିଳିତ ଭାବେ ପିଚ୍‌ନାଡ଼ ମାଛିଲ୍‌ ସେକ୍ଟର୍‌ରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ବେଳେ ୨ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀ ଦୁହିଁଙ୍କର ପରିଚୟ ମିଳିନାହିଁ। ଶ୍ରୀନଗରସ୍ଥିତ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍‌ ଏମ୍‌ରୋନ୍‌ ମୁସାୱି କହିଛନ୍ତି ଯେ, ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ସଂକ୍ରାନ୍ତରେ କୁପ୍‌ୱାଡ଼ାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଯୋଗାଇ ଦେଇଥିବା ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଅନୁଯାୟୀ ସୋମବାରଠାରୁ ଯବାନମାନଙ୍କୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସଜାଗ ରଖାଯାଇଥିଲା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ