ଜଙ୍ଗଲରେ ଫୁଟୁଥିବା ଅ ଜଣା ଛତୁ ଖାଈ ୯ଜଣ ଗୁରୁତର

Jul 23, 2026 - 20:28
 0  34
ଜଙ୍ଗଲରେ ଫୁଟୁଥିବା ଅ ଜଣା ଛତୁ ଖାଈ ୯ଜଣ ଗୁରୁତର

ଦାରିଙ୍ଗବାଡ଼ି ତା : ୨୩ /୭(ସଲମନ୍ ବିନ୍ଧାଣୀ ) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ, ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଘଟିଛି ଏକ ଅଭାବନୀୟ ଘଟଣା, ଜଙ୍ଗଲି ଛତୁ ଖାଇ ଦୁଇ ପରିବାରର ୯ ଜଣ ବ୍ୟକ୍ତି ଅସୁସ୍ଥ ହୋଇ ଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ ଗଦାପୁର ଗ୍ରାମର ବିନୟ କାନ୍ତ ନାୟକଙ୍କ ପରିଵାର ଲୋକେ କୌଣସି କାମରେ ଜଙ୍ଗଲ କୁ ଯାଇ ଥିଲେ ବର୍ଷା ଦିନ ତଥା ଶ୍ରାବଣ ମାସ ରେ ଜଙ୍ଗଲ ରେ ବିଭିନ୍ନ ପ୍ରକାରର ଛତୁ ଦେଖାଦେଇ ଥାଏ ତେବେ ଜଙ୍ଗଲ ରୁ ଛତୁ ପାଇ ତାକୁ ନେଇ ରୋଷେଇ କରି ଖାଇ ଥିଲେ ତେବେ କୌଣସି କାରଣ ରୁ ପରିଵାର ରେ ଛତୁ ଖାଇଥିବା ଲୋକଙ୍କୁ ଝାଡ଼ା ଓ ବାନ୍ତି ହେବାରୁ ତୁରନ୍ତ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ବିନକାନ୍ତ ଙ୍କ ସମେତ ତାଙ୍କ ପରିବାର ର ଟିକିନା ନାଏକ(୨୬), ଅର୍ଚ୍ଚନା ନାଏକ (୩୦), ମାରିଆ ନାଏକ (୬୨), ବାଲବନ ନାଏକ (୨୯), ଅଖିଳ ନାଏକ (୨୫), ରୀତା (୩୨) ଅସୁସ୍ଥ ହୋଇ ଥିବା ବେଳେ ଝିଞ୍ଜିରି ଗୁଡା ପଞ୍ଚାୟତ ର ଉଲିପଦର ଗ୍ରାମରୁ ବାବୁଲା ପାତ୍ର (୪୦), ଜେମା ପାତ୍ର (୪୫), ଧୀରା ପାତ୍ର (୧୮) ମଧ୍ୟ ସେହିପରି ଛତୁ ଖାଇ ଅସୁସ୍ଥ ହେବାରୁ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତଥା ମେଡିକାଲ ଟିମ୍ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ପରେ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ରୁ ଘରକୁ ଯାଇ ବିଶ୍ରାମ ନେବା କୁ ପରାମର୍ଶ ଦେଇଥିବା ନେଇ ମେଡିକାଲ୍ ପକ୍ଷରୁ କୁହାଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ