ଏକଲବ୍ୟ ବିଦ୍ୟାଳୟରେ ଛାତ୍ର ପରିଷଦ ନିର୍ବାଚନ

Aug 11, 2026 - 21:15
 0  7
ଏକଲବ୍ୟ ବିଦ୍ୟାଳୟରେ ଛାତ୍ର ପରିଷଦ ନିର୍ବାଚନ

କିର୍ମିରା୧୧।୮(*ଫାଷ୍ଟ ନିଉଜ ଓଡ଼ିଶା*) କିର୍ମିରାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କିର୍ମିରା ପରିସରରେ ମଙ୍ଗଳବାର ଦିନ ଛାତ୍ର ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ୧୨ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ନିର୍ବାଚନରେ ବିଦ୍ୟାଳୟ କ୍ୟାପ୍ଟେନ୍-ଡଲେନ୍ଦ୍ର ମାଝୀ,ଉପ-କ୍ୟାଷ୍ଟେନ (ବାଳକ) ଆଶିଷ ବାଗ ଓ ଉପ-କ୍ୟାପ୍ଟେନ୍ (ବାଳିକା) ଚନ୍ଦନୀ ପରେକ ପଦବୀ ପାଇଁ ନିର୍ବାଚିତ ହୋଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଏକ ଗଣତାନ୍ତ୍ରିକ ଦେଶରେ ଅନୁଷ୍ଠିତ ପ୍ରକୃତ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଓ ଅନୁଭୂତି ପ୍ରଦାନ କରିବା ଏହି ନିର୍ବାଚନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରକୃତ ନିର୍ବାଚନର ଅନୁରୂପ ସମଗ୍ର ପ୍ରକ୍ରିୟାକୁ ବିଦ୍ୟାଳୟରେ ଅନୁକରଣ କରାଯାଇଥିଲା। ପ୍ରଧାନଶିକ୍ଷକଙ୍କ ଦ୍ୱାରା ରିଟର୍ଣ୍ଣିଂ ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ମାଇକ୍ରୋ-ଅବଜର୍ଭର ନିଯୁକ୍ତ ହୋଇଥିଲେ। ପ୍ରଥମଥର ପାଇଁ ଏଭଳି ନିର୍ବାଚନରେ ଅଂଶଗ୍ରହଣ କରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପାର ଉତ୍ସାହ, ଆଗ୍ରହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା। ନିର୍ବାଚିତ ପ୍ରାର୍ଥୀମାନଙ୍କର ଶପଥ ଗ୍ରହଣ ଓ ଦାୟିତ୍ୱ ପ୍ରଦାନ ସମାରୋହ ଆସନ୍ତା ସ୍ୱାଧୀନତା ଦିବସରେ ଅନୁଷ୍ଠିତ ହେବ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ସିଂହ, କିର୍ମିରା ବ୍ଲକ ମଙ୍ଗଳ ଅଧିକାରୀ ସଞ୍ଜିତ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର ନିର୍ବାଚନ ପ୍ରକ୍ରିୟା ସୁଚାରୁରୂପେ ସମ୍ପାଦିତ ଓ ପରିଚାଳିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଓ ଶାନ୍ତିଶୃଙ୍ଖଳା ପାଇଁ ସର୍ବଦା କାର୍ଯ୍ୟ କରିବେ ବୋଲି ନିର୍ବାଚିତ ଛାତ୍ରଛାତ୍ରୀ କହିଛନ୍ତି।

_କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା_

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ