ହେନ୍ଦେଦା ବୁରୁଡି ବାସିନ୍ଦାଙ୍କ ବହୁବର୍ଷର ଦୁଃଖ ସରିବ:ମାସା ସଂଗଠନ ର ଦାବି ପୂରଣ
ରାଇରଙ୍ଗପୁର ୨/୪(FNO ))ବିଶୋଇ ବ୍ଲକ୍ ଖଡ଼ମବେଡ଼ା ପଞ୍ଚାୟତର ହେନ୍ଦେଦା ଓ ବୁରୁଡି ଆଦିବାସୀ ଗ୍ରାମରେ ଏବେ ବି ବିକାଶ ଅପହଞ୍ଚ ରହି ଥିଲା । ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳିପାରୁ ନ ଥିଲା । ମାସା ସଂଗଠନ ପକ୍ଷ ରୁ ବିଶୋଇ ବ୍ଲକ୍ କାର୍ଯ୍ୟାଳୟରେ ତାଲା ପକାଇଲା। ପ୍ରଶାସନ ପ୍ରତିଶୃତି ଦେବା ପରେ ସମାଧାନ ହୋଇଥିଲା ସୂଚନା ଅନୁସାରେ, ଅପହଞ୍ଚ ଅଞ୍ଚଳ ହେନ୍ଦେଦା ଓ ବୁରୁଡ଼ି ଗ୍ରାମର ଶତାଧିକ ଆଦିବସୀ ବସୀ ସମ୍ପ୍ରଦାୟର ବାସ କର୍ କରୁଥିବା ବେଳେ ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି । ଉକ୍ତ ଦୁଇ ଗ୍ରାମକୁ ମୌଳିକ ସୁବିଧା ପ୍ରଦାନ ପାଇଁ ପଦକ୍ଷେପ ସରକାର ଗ୍ରହଣ କରି ରାସ୍ତା କାମ ଆରମ୍ଭ କରାଯାଇଛି l ଆଜି ମାସା ସଂଗଠନ କର୍ମକର୍ତ୍ତା ମାନେ ଦୁଇ ଗ୍ରାମକୁ ଯାଇ କାମ ଦେଖିବା ସହିତ ଗାଁ ଲୋକ ମାନଙ୍କ ସହିତ ଭେଟି ଥିଲେ l ସରକାର ଏବଂ ନେତା ମାନଂକୁ ମାସା ସଂଗଠନ ସାଧୁ ବାଦ ଦେଇଥିଲେ lଆଜି ମାସା ସଂଗଠନ ର ଜିଲ୍ଲା ସଭାପତି ରାମ ମୁର୍ମୁ, ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡୁ, ବାମନଘାଟି ସମ୍ପାଦକ ମାସାଙ୍ଗ ହେମ୍ବ୍ରମ ଏବଂ ଲକ୍ଷଣ ଟୁଡୁ ଯାଇ ଥିଲେ l
What's Your Reaction?
Like
2
Dislike
0
Love
1
Funny
0
Angry
0
Sad
0
Wow
0