ଶିକ୍ଷକଙ୍କ ବାସସ୍ଥାନରେ ପଶିଲା ନାଗସାପ, ସାହସିକତାର ସହ ଉଦ୍ଧାର କଲେ ସ୍ଥାନୀୟ ଯୁବକ

Jul 29, 2026 - 15:51
 0  16
ଶିକ୍ଷକଙ୍କ ବାସସ୍ଥାନରେ ପଶିଲା ନାଗସାପ, ସାହସିକତାର ସହ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଦାରିଙ୍ଗବାଡ଼ି, ୨୯/୭(ସଲମନ୍ ବିନ୍ଧାଣୀ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାସସ୍ଥାନରୁ ଏକ ନାଗସାପ ଉଦ୍ଧାର କରାଯାଇଛି। ସ୍ଥାନୀୟ ଯୁବକଙ୍କ ସାହସିକ ପଦକ୍ଷେପ ଯୋଗୁ ଏକ ବଡ଼ ଅଘଟଣ ଟଳିଯାଇଛି। ସୂଚନା ଅନୁଯାୟୀ, ବିଦ୍ୟାଳୟର ଦୁଇଜଣ ଶିକ୍ଷକ ନରୋତ୍ତମ ନାୟକ ଓ ମହେଶ୍ୱର ବେହେରା ପୁରୁଣା ଏସ୍‌.ଆଇ. ବାସଭବନରେ ରହୁଥିଲେ। ସୋମବାର ରାତି ପ୍ରାୟ ୧୦ଟା ସମୟରେ ଭୋଜନ ସାରିବା ପରେ ମହେଶ୍ୱର ବାହାରେ ମୋବାଇଲ୍ ବ୍ୟବହାର କରୁଥିବାବେଳେ ନରୋତ୍ତମ ଖଟରେ ବିଶ୍ରାମ ନେଉଥିଲେ। ଏହି ସମୟରେ ସେ ଘର ଭିତରେ ନାଗସାପଟିକୁ ଦେଖି ଭୟଭୀତ ହୋଇ ମହେଶ୍ୱରଙ୍କୁ ଡାକିଥିଲେ। ଡାକ ଶୁଣି ସାପଟି ଖଟ ତଳେ ଥିବା ଇଟାର କୋଣକୁ ପଶିଯାଇଥିଲା। ଅଞ୍ଚଳରେ ସ୍ନେକ୍ ହେଲ୍ପଲାଇନ୍ ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ ପରାମର୍ଶକ୍ରମେ ଝିଞ୍ଜୀରିଗୁଡ଼ା ଗ୍ରାମର ରୁନା ପ୍ରଧାନୀ ଘଟଣାସ୍ଥଳରେ ପହଞ୍ଚି ଏକ ବାଉଁଶ ବାଡ଼ି ସାହାଯ୍ୟରେ ସତର୍କତାର ସହ ନାଗସାପଟିକୁ କାବୁ କରି ବ୍ୟାଗରେ ରଖିଥିଲେ। ପରେ ସାପଟିକୁ ଗ୍ରାମଠାରୁ ଦୂର ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା।ସ୍ଥାନୀୟ ଅଞ୍ଚଳରେ ସରକାରୀ ସ୍ନେକ୍ ହେଲ୍ପଲାଇନ୍ ବା ତୁରନ୍ତ ଉଦ୍ଧାର ସେବା ନ ଥିବା ସତ୍ତ୍ୱେ ରୁନା ପ୍ରଧାନୀ ନିଜ ଜୀବନକୁ ବିପଦରେ ପକାଇ ସାହସିକତାର ସହ ସାପଟିକୁ ଉଦ୍ଧାର କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ