ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର ବଡ ସଫଳତା

Jan 25, 2026 - 13:32
 0  8
ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର ବଡ ସଫଳତା

କଳାହାଣ୍ଡି:୨୫/୦୧/୨୬( ଫାଷ୍ଟ ନ୍ୟୁଜ ଓଡିଶା ) : ଭୁବନେଶ୍ବର ସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି। ଜାନୁଆରୀ ୧୯ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ କଳାହାଣ୍ଡି ଜିଲ୍ଲାର ଯୁବ ରେଡକ୍ରସ୍ ଆବାହକ ସମ୍ପାଦକ ସଂଜୀବ କୁମାର ସାହୁ ଙ୍କ ନେତୃତ୍ୱରେ ପରାମର୍ଶଦାତା ଡ. ନୃସିଂହାନନ୍ଦ ସାସମଲ ଦୁଇଟି ଜିଲ୍ଲା ସଞ୍ଜୀବ କୁମାର ସଗରିଆ, ସେତୁରାମ ନାଏକ ଏବଂ ସ୍ତରୀୟ ଶିବିରରୁ ମନୋନୀତ ହୋଇଥ‌ିବା ବିଭିନ୍ନ ମହାବିଦ୍ୟାଳୟର ୧୨ ଜଣ ସ୍ଵେଚ୍ଛାସେବୀ ଛାତ୍ର- ଛାତ୍ରୀ ଅଂଶ ଗ୍ରହଣ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମ. ରାମପୁର ମହାବିଦ୍ୟାଳୟ ଛାତ୍ର ମୁକେଶ ହରିଜନ - ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ, ସ୍ନାତକ ମହାବିଦ୍ୟାଳୟ, ମହାଲିଙ୍ଗ ର ଛାତ୍ର ଶରତ କୁମାର ତାଣ୍ଡି ପାରମ୍ପରିକ ପୋଷାକ ପରିଧାନ ପ୍ରତିଯୋଗିତାରେ ଦ୍ବିତୀୟ ଓ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ, ଜୟପାଟଣାର ଛାତ୍ରୀ ତନୁଜା ହରିଜନ - ତର୍କ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଶିବିରର ଉଦଯାପନୀ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସର ଏହି ସଫଳତା ପାଇଁ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ ନିବେଦିତା ନାଥ, କୁଳସଚିବ ଡ. ଗୁଣନିଧୂ ନାଏକ, ଉପ କୁଳସଚିବ ଡ. ଜୟଦେବ ସାହୁ, ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଏବଂ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ ପରାମର୍ଶଦାତା ମାନେ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ