ମୁନିଗୁଡ଼ା ପଞ୍ଚାୟତ ସମିତି ବୈଠକରେ ଗ୍ରାମ୍ୟ ବିକାଶ ଉପରେ ଗୁରୁତ୍ୱ, ବିଧାୟକଙ୍କ ଦ୍ୱାରା ତ୍ୱରାନ୍ୱିତ ନିର୍ଦ୍ଦେଶ

Sep 10, 2026 - 18:18
 0  3
ମୁନିଗୁଡ଼ା ପଞ୍ଚାୟତ ସମିତି ବୈଠକରେ ଗ୍ରାମ୍ୟ ବିକାଶ ଉପରେ ଗୁରୁତ୍ୱ, ବିଧାୟକଙ୍କ ଦ୍ୱାରା ତ୍ୱରାନ୍ୱିତ ନିର୍ଦ୍ଦେଶ

ମୁନିଗୁଡ଼ା ନ୍ୟିୟୁଜ୍ :- ୦୯/୦୯ ୨୦୨୬ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସଦଭାବନା ଗୃହ ଠାରେ ଆଜି ପଞ୍ଚାୟତ ସମିତିର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡୁକାଙ୍କ ଅଧ୍ୟକ୍ଷତାରେ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ବ୍ୟାପକ ଆଲୋଚନା କରାଯାଇଛି। ଏହି ବୈଠକରେ ବିଷମକଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ଯୁକ୍ତ ନୀଳମାଧବ ହିକକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ ସୁନା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବୈଠକରେ ମୁନିଗୁଡ଼ା ବ୍ଲକର ୧୭ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା - ଗ୍ରାମ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଗମନାଗମନ, ପାନୀୟ ଜଳ, ବିଦ୍ୟୁତୀକରଣ, ଆବାସ ଯୋଜନା, ରାସନ କାର୍ଡ ଏବଂ ଭତ୍ତା ଆଦି ବିଷୟରେ ଗଭୀର ସମୀକ୍ଷା କରିଥିଲେ। 17 ଗୋଟି ପଞ୍ଚାୟତର ପ୍ରତ୍ୟେକ ଗାଁ ର ଆବଶ୍ୟକତା ଅନୁଯାୟୀ ଏକ ସ୍ୱତନ୍ତ୍ର ବିକାଶ ରୋଡ୍ ମ୍ୟାପ୍ ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଗ୍ରାମ୍ୟ ପଞ୍ଚାୟତ ଉନ୍ନୟନ ଅଧିକାରୀ ସନ୍ତୋଷ ଶବର ବୈଠକକୁ ପରିଚାଳନା କରିଥିଲେ। ଶେଷରେ ବିଧାୟକ ଶ୍ରୀ ହିକକା ଗ୍ରାମାଞ୍ଚଳର ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବ୍ଲକ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ