ଭାରତୀୟ ହକିର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜରେ ହକି ପ୍ରତିଯୋଗିତା
ବାରିପଦା ତା ୧୧/୧୧(ପି.ଏନ.ଏସ.) ଭାରତୀୟ ହକିର ଶହେବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ହକି ଆସୋସିଏସନ ତରଫରୁ ମୋରଡା ବ୍ଲକ ଚଢ଼େଇଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାର ଓ ଟାଟା ହକି ଦ୍ବାରା ପରିଚାଳିତ ଗ୍ରାସରୁଟ ହକିକେନ୍ଦ୍ର ଠାରେ ଜିଲ୍ଲାର ହକି କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଦୁଇଟି ବାଳକ ଏବଂ ଦୁଇଟି ବାଳିକା ମୋଟ ୪ଟି ଦଳକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକଙ୍କ ତତ୍ତ୍ବାବଧାନରେ କ୍ରୀଡ଼ା ଅନୁଷ୍ଠିତ ହୋଇଥିବା ବେଳେ, ସୁନିଲ କୁମାର ମହାନ୍ତ, ଡେଭିଡ ସାରଙ୍ଗ ଓ ଲକ୍ଷ୍ମୀପ୍ରିୟା ପୃଷ୍ଟି ପ୍ରତିଯୋଗିତା ପରିଚାଳନା କରିଥିଲେ. ପ୍ରଧାନ ଶିକ୍ଷକ ରାଇସେନ ମୁର୍ମୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଚାମ୍ପିୟନ ହୋଇଥିବା ଚଢେଇଗାଁ ଉଚ୍ଚ ବିଦ୍ୟାଳୟର ଉଭୟ ବାଳକ ଓ ବାଳିକା ଦଳକୁ ପୁରସ୍କୃତ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0