ବୟସରେ ରେକଡ୍ ଭାଙ୍ଗି ବଞ୍ଚିଥିବା ଧର୍ମୀୟ ମହିଳାଙ୍କ ପରଲୋକ

Jan 20, 2026 - 06:43
 0  133
ବୟସରେ ରେକଡ୍ ଭାଙ୍ଗି ବଞ୍ଚିଥିବା ଧର୍ମୀୟ ମହିଳାଙ୍କ ପରଲୋକ

ଦାରିଙ୍ଗବାଡି ୨୦/୦୨୬( ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ଆମେ ଏମିତି ଏକ ଧର୍ମୀୟ ମହିଳାଙ୍କ ବିସୟରେ ଆପଣ ମାନଙ୍କୁ କହିବୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ପ୍ରିୟ ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଶୁଣିଥିବେ ୬୦ରୁ ୮୦ବର୍ଷ ବୟସରେ ପରଲୋକ ହେବା କିନ୍ତୁ ଆମେ ଆଜି ଯେଉଁ ଧର୍ମୀୟ ମହିଳାଙ୍କ ବିସୟରେ କହୁଛୁ ସେ ୮୦ନୁହେଁ ୯୦ନୁହେଁ ସେ ବୟସ ସୀମାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ୍ ର ପଚିଶ୍ ଗୋଟି ପଞ୍ଚାୟତର ସମସ୍ତଙ୍କ ବୟସ କୁ ରେକଡ୍ ଭାଙ୍ଗି ୧୩୧ବର୍ଷ ବୟସରେ ପରଲୋକ ହେଇଛନ୍ତି I ସେ ଜଣେ ଆପଣଙ୍କ ଜଣା ଶୁଣା ଶୁ ପରିଚିତ ମହିଳା ଜଣକ ହେଲେ ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ପାଡାନକେତା ଗ୍ରାମର ସ୍ବର୍ଗତ ସେନ୍ଦେ ବିନ୍ଧାଣୀ ଙ୍କ ଧର୍ମ ପତ୍ନୀ ମଞ୍ଜାରି ବିନ୍ଧାଣୀ ସେ ଏହି ମୃତ ମହିଳା ଜଣକ ଚାରିପିଢ଼ି ପର୍ଯ୍ୟନ୍ତ ତଥା ନାତି, ପୁତି, ସତି ଏପରି ଚାରିପିଢ଼ି କୁ ଦେଖିଥିବା ଜଣେ ମହିଳା ଥିଲେ I ଆମେ ଜାଣିଛୁ ଆପଣ ମାନଙ୍କ ମନରେ ଏପରି ପ୍ରଶ୍ନ ଉଠୁଥିବା ଏହି ମହିଳା କିପରି ଏତେ ବର୍ଷ ବଞ୍ଚିଥିଲେ I ହଁ ଆଜ୍ଞା ଆମେ ଏହି ପ୍ରଶ୍ନର ଉତ୍ତର ଆପଣ ମାନଙ୍କୁ କହିବୁ ଏହି ମହିଳା କୌଣସି ସ୍ୱାଦିଷ୍ଟ ଖାଦ୍ୟ ଖାଉନଥିଲେ ବରଂ ବିନା ତେଲ, ମସଲା, ଖାଦ୍ୟ ଖାଉଥିଲେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାହା ବର୍ତ୍ତମାନ୍ ପିଢ଼ି ଖାଉ ନାହାନ୍ତି ସେହି ପରି ଖାଦ୍ୟ ଖାଉଥିଲେ I ମାଣ୍ଡିଆ, କାଙ୍ଗୁ, ବିରି, କଳତ, କୁଇରି, ଆମ୍ବ ଟାକୁଆ ଜାଉ, ବନ କନ୍ଦା ଏପରି ଖାଦ୍ୟ ଯାହା କି ବିନା ରାସାୟନିକ ସାରରେ ପ୍ରସ୍ତୁତ ଏପରି ଖାଦ୍ୟ ଖାଇବା ଯୋଗୁଁ ମହିଳାଙ୍କ ସ୍ଵାସ୍ଥ୍ୟ ଭଲ ଥିଲା ଆଉ ତାଙ୍କର ସର୍ବାଧିକ ବୟସ ରେ ସେ ପରଲୋକ ହେଇଛନ୍ତି I ଏପରି ପରିସ୍ଥିତିରେ ଦାରିଙ୍ଗବାଡି ଅଂଚଳରେ ଶୋକର ଛାୟା ଖେଳିଯାଇଛି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ