ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକରେ ଉଦ୍ୟଗ ଭିତ୍ତିକ କୃଷିକୁ ଗୁରୁତ୍ବାରୋପ ଶ୍ୟାମାଖୁଣ୍ଟା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର
ମୟୂରଭଞ୍ଜ-୧ ତରଫରୁ ଏହାର ୨୧ ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଗତ ୧୭ ତାରିଖ ରେ କାର୍ଜ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଓଡ଼ିଶା କୃଷି ଓ ବ୍ୟବସାୟିକ ବିଶ୍ଵବିଦ୍ୟାଳୟର ସମ୍ପ୍ରସାରଣ ନିର୍ଦେଶଳୟ ର ଅଧକ୍ଷ୍ୟ ପ୍ରୋଫେସର ପ୍ରଶନଜିତ ମିଶ୍ର ଅଭାଷୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଏହି ବୈଠକରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ବିଗତ ବର୍ଷର କାର୍ଯ୍ୟକ୍ରମ ଏବଂ ଆଗାମୀ ବର୍ଷପଇଁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ପାଇଁ କାର୍ଯ୍ୟ ଯୋଜନା ସମ୍ବନ୍ଧରେ ଆଲୋକପାତ କରା ଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ରେ କଲିକତା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାର ଅଟାରୀର ପ୍ରମୁଖ ବୈଜ୍ଞାନିକ ଡ଼ଃ. କଲ୍ୟାଣସୁନ୍ଦର ଦାସ, ବିଶ୍ବବିଦ୍ୟାଳୟ ତରଫରୁ ଡ଼ଃ. ତୁଷାର ରଞ୍ଜନ ମହାନ୍ତି, ଡ଼ଃ. ପାର୍ଥସାରଥି ସ୍ବାଇଁ। ICAR-CIWA ର ନିର୍ଦେଶକ ଡ଼ଃ. ମୃଦୁଳI ଦେବୀ , କେନ୍ଦୁଝର ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ସହକାରୀ ନିର୍ଦେଶକ ଡ଼ଃ. କିଶୋର ଚନ୍ଦ୍ର ସାହୁ ସମେତ ଜିଲ୍ଲା ସ୍ଥରୀୟ କୃଷି ଓ ଆନୁଷଙ୍ଗିକ ବିଭାଗର ସମସ୍ତ ପଦଧିକାରୀ ଯୋଗ ଦେଈ ସେମାନଙ୍କ ମୁଲ୍ୟବାନ ମତମତ ଓ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ନିର୍ଦେଶକ ଡ଼ଃ. ରବିରତ୍ନ ଦାଶ ପରିଚାଳନା କରିଥିଲେ । ଏଥି ସହିତ ସଭାପତିତ୍ଵ ଅଭିଭାଷଣରେ ସମ୍ପ୍ରସାରଣ ଅଧକ୍ଷ ପ୍ରୋଫେସର ପ୍ରଶନଜିତ ମିଶ୍ର ଜିଲ୍ଲା ର କୃଷି କ୍ଷେତ୍ର ରେ କିପରି ଅଧିକ ଅଭିବୃଦ୍ଧି ହୋଇପାରିବ ଏବଂ ନୂତନ ଜ୍ଞାନକୌଶଳର ପ୍ରଚାର ଓ ପ୍ରସାର ହୋଇପାରିବ ସେ ଦିଗରେ ଗୁରୁତ୍ବାରୋପ କରିଥିଲେ । ଏହି ଉପଦେଷ୍ଟା ମଣ୍ଡଳୀ ବୈଠକରେ କିପରି ଆଦିବାସୀ ଭାଇ ଓ ଭଉଣୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ସମେତ ବ୍ୟବସାୟିକ ଦକ୍ଷତା କୃଷି କ୍ଷେତ୍ରରେ ବଢିପାରିବ, ସେହି ଦିଗରେ ଚେଷ୍ଟା କରିବାକୁ କୃଷି ବିଜ୍ଞାନ କେନ୍ଦ୍ର କୁ ପ୍ରୋଶ୍ଚାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ତ୍ରୟମାସିକ ପତ୍ରିକା “ଭଞ୍ଜଭୂମି କୃଷକ କଥା”, ଏବଂ ବ୍ଯବସାୟିକ ଫୁଲଚାଷ, ପ୍ରାକୃତିକ କୃଷି ନାମକ ୨ ଟି ପୁସ୍ତିକା ଉନ୍ମୋଚନ କରାଯାଇଅଛି । ଏହି ବୈଠକକୁ ଅନୁଷ୍ଠାନ ର ମୁଖ୍ୟ ଡ଼ଃ. ସଂଘମିତ୍ରା ପଟ୍ଟନାୟକ ସଂଯୋଜୟନା କରିଥିବା ବେଳେ ଡ଼ଃ. ଝୁଣିଲାତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ବୈଜ୍ଞାନିକ , କର୍ମଚାରୀ ଓ ଅଗ୍ରଣୀ ଚାଷୀ ଭାଇ ଓ ଭଉଣୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0