ବହୁ ପ୍ରତିକ୍ଷୀତ ରେଳ ଡ଼ିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ

Jan 6, 2025 - 22:28
 0  5
1 / 1

1.

ବହୁ ପ୍ରତିକ୍ଷୀତ ରେଳ ଡ଼ିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ 

ରାଜ୍ୟରେ ସରକାର ଗଠନ ହେବାପରେ ପ୍ରଥମ ଥର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ରେଳ ଡିଭିଜନ ଉଦଘାଟନ କରିବାକୁ ଆସିଥିଲେ ମୁଖ୍ୟ ମନ୍ତ୍ରୀ। ରାୟଗଡ଼ା ରେଳ ଡିଭିଜନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ ଜମ୍ମୁ ଠାରେ ରହି ଭାରଚୁଆଲ ମୋଡ ରେ ଯୋଗଦେଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ରାୟଗଡାରେ ଉପସ୍ତିତ ରହିଥିଲେ। ରାୟଗଡା ଜ଼ିଲ୍ଲା ରେଳଡ଼ିଭିଜନ ନେଇ ଯେଉଁ ସ୍ବପ୍ନ ଦୀର୍ଘ 6 ବର୍ଷରୁ ଉର୍ଦ୍ଧ ହେବ ଦେଖି ରହିଥିଲେ ତାହା ପୂରଣ ହୋଇଯାଇଛି l ରାୟଗଡା ରେଲ ଡିଭିଜନ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 06/01/2024 ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ସମୟରେ କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ୍ୟ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ l ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣ ପ୍ରଦାନ କହିଥିଲେ ଯେ ଆଜି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନ ରେ ଏହି ରାୟଗଡା ବାସି ଙ୍କୁ ରେଲ ଡ଼ିଭିଜନ ଏକ ଉପହାର ବୋଲି କହିଲେ ଏଥିପାଇଁ ପାଇଁ ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ମଂଚାସୀନ ରହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ରାଷ୍ଟ୍ର ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ରଭନିତ ସିଂ ବିଟୁ, ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ବ୍ରହ୍ମପୁର ସାଂସଦ ଡ଼କ୍ଟର ପ୍ରଦୀପ ପାଣିଗ୍ରାହୀ, ରାୟଗଡା ବିଜେପି ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ,ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା,କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀ ସଂକର ମାଝୀ ପୂର୍ବତଟ ରେଳ ପଥ ର ମହାପ୍ରବନ୍ଧକ ଫୁଙ୍କ ୱାଲ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ l ସୂଚନା ଯୋଗ୍ୟଯେ 107 କୋଟି ଟଙ୍କା ବେୟ ରେ ପ୍ରଥମ ପର୍ଯ୍ୟାୟ ରେ ଖର୍ଚ୍ଚ ଆକଳନ ର ଟେଣ୍ଡର ଆବାହନ ହୋଇଛି l ରାୟଗଡା ରେଲ ଡିଭିଜନ ପ୍ରତିଷ୍ଠା ନିମନ୍ତେ 2019 ରେଳ ବିଜେଟ ରେ ତତ୍କାଳୀନ ରେଲ ମନ୍ତ୍ରୀ ପିୟୁଷ ଗୋୟଲ ଘୋଷଣା କରିଥିଲେ l କିନ୍ତ ଦୀର୍ଘ 6 ବର୍ଷ ହେବ କିଛି ଅଗ୍ରଗତି ହୋଇପାରିନଥିଲା l 

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ରୀମୋଟ ଦାବି ଭିତ୍ତିପ୍ରସ୍ତର ସ୍ଥାପନ କରିଲେ । 

ରାୟଗଡା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ