।। ପ୍ଲାନେଟରିୟମ, ବିଜ୍ଞାନ ପାର୍କ ଓ ଫୁଡ୍ ପାର୍କ କାର୍ଯ୍ୟକ୍ଷମ କରିବାକୁ ଖାଦ୍ୟ ଯୋଗାଣ ବିଭାଗ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ରାୟଗଡ଼ା ନାଗରିକ ମଞ୍ଚର ନିବେଦନ ।।

Jun 27, 2024 - 21:29
 0  106
।। ପ୍ଲାନେଟରିୟମ, ବିଜ୍ଞାନ ପାର୍କ ଓ ଫୁଡ୍ ପାର୍କ କାର୍ଯ୍ୟକ୍ଷମ କରିବାକୁ ଖାଦ୍ୟ ଯୋଗାଣ ବିଭାଗ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ରାୟଗଡ଼ା ନାଗରିକ ମଞ୍ଚର ନିବେଦନ ।।

ଆଜି ଦିନିକିଆ ରାୟଗଡ଼ା ଜିଲ୍ଲା ଗ୍ରସ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆସିଥିଲେ ।ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ରାୟଗଡ଼ା ନାଗରିକ ମଞ୍ଚର ଆବାହକ ଡ଼ଃ ବାଦଲ କୁମାର ତା ଙ୍କ ନେତୃତ୍ୱରେ ଏକ ଟିମ ରାୟଗଡ଼ା ଭାକୁରୁଗୁଡ଼ାଠାରେ ନିର୍ମିତ ପ୍ଲାନେଟରିୟମ ଏବଂ ସେଠାରେ ରହୁଥିବା ବିଜ୍ଞାନ ପାର୍କ ,2017 ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଫୁଡ୍ ପାର୍କ କାର୍ଯ୍ୟକ୍ଷମ ନ ହୋଇ ପଡି ରହିଛି। ଯାହାକି ଲୋକଙ୍କ କାର୍ଯ୍ୟରେ ଲାଗୁନାହିଁ ଏଣୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏକ ଲିଖିତ ନିବେଦନ କରିଥିଲେ । ରାୟଗଡ ନାଗରିକ ମଞ୍ଚ ଠାରୁ ଲିଖିତ ନିବେଦନ ଗ୍ରହଣ କରିବା ପରେ ଏନେଇ ସମ୍ପୃକ ବିଭାଗୀୟ ଅଧିକାରୀଙ୍କ ସହ ସେଗୁଡିକର ସ୍ଥିତି କଣ ରହିଛି ତାହା ବୁଝିବା ପରେ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ମାନ୍ୟବର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। Byte-କୃଷ୍ଣ ଚନ୍ଦ୍ର ପାତ୍ର,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ