।। ପଞ୍ଚାୟତ ସ୍ତରୀୟ ସଂଘ ଗଠନ :କୁନ୍ଦୁରା l।

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସ୍ଥିତ ଆସନା ପଞ୍ଚାୟତ ସଭାଗୃହ ଠାରେ ଓଡ଼ିଶା ଜିବିକା ମିଶନ ତରଫରୁ ପଞ୍ଚାୟତ ସ୍ତରୀୟ ସଂଘ ଗଠନ କରାଯାଇଛି l ମିଶନ ଶକ୍ତି ଦ୍ଵାରା ଆୟୋଜିତ ଏହି ବୈଠକରେ ଆସନା ପଞ୍ଚାୟତ 50 ଟି ସ୍ଵୟଂ ସହାୟକ ଗୋଷ୍ଠୀ ରୁ ଶତାଧିକ ସଦସ୍ୟା ଯୋଗଦେଇ ଥିଲେ l ସେଥିମଧ୍ୟରୁ ପ୍ରତି ଆଞ୍ଚଳିକ ମଞ୍ଚରୁ ମନୋନିତ ହୋଇଥିବା 18 ଜଣ ପ୍ରତିନିଧି ସଭ୍ଯାଙ୍କୁ ନେଇ ଗଠିତ ହୋଇଥିଲା ପଞ୍ଚାୟତ ସ୍ତରୀୟ ସଂଘ ଓ ସଂଘର ପରିଚାଳନା ନିମନ୍ତେ ପାଞ୍ଚ ଜଣିଆ କମିଟି ଗଠନ କରାଗଲା l ସର୍ବସମ୍ମତି କ୍ରମେ ପୁଷ୍ପ ଲତା ବିଶୋଇ ସଭାନେତ୍ରୀ ଓ ଅନିତା ପାଙ୍ଗି ସମ୍ପାଦିକା ଭାବେ ମନୋନିତ ହୋଇଛନ୍ତି l ଏବଂ ସାମାଜିକ ସେବା, ଅର୍ଥ ଓ ପାଣ୍ଠି ପରିଚାଳନା, କ୍ରୟ ସଂଗ୍ରହ, ସହଭାଗୀ ତଦାରଖ, ବିନିଯୋଗ ତଦାରଖ, ଜିବିକା ପ୍ରୋସାହନ, ଯାଞ୍ଚ କମିଟି ଭଳି ଉପ କମିଟି ମାନ ଗଠନ ହୋଇଥିଲା l ଏହି ସବୁ କମିଟି ଗଠନ ପରେ ଚାଲିଥିବା ସାଧାରଣ ବର୍ଗ ସର୍ଭେ ଓ ବଳରାମ ଯୋଜନା ବିଷୟରେ ପ୍ରଚାର ପତ୍ର ଦେଇ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ପ୍ରତ୍ୟେକ ସ୍ଵୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତି ଦ୍ଵାରା ପରିଚାଳିତ ହେବ ଏବଂ ଏ ନେଇ ଦକ୍ଷ ନଥିପତ୍ର ପରିଚାଳିକା, ଗୋଷ୍ଠୀ ପରିଚାଳିକା, ଓ ବ୍ଯାଙ୍କ ମିତ୍ର ଭଳି ପଦବୀ ଗୁଡ଼ିକ ନିମନ୍ତେ ନିୟମ ପ୍ରକାରେ ଆବେଦନ କରିପାରିବେ l ଏବଂ ଏହି ପଦବୀ ନିମନ୍ତେ ଗୋଷ୍ଠୀର ସଦସ୍ୟାଙ୍କୁ ଅଗ୍ରାଧିକାର ଦିଆଯିବ l ବୈଠକଟିକୁ ସରକାରୀ ଭାବେ ବରିଷ୍ଠ ଗୋଷ୍ଠୀ ସହାୟିକା ସୁମିତ୍ରା ମଙ୍ଗରାଜ, ଓ ଗାୟତ୍ରୀ ସିଂ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଜୟନ୍ତୀ କୁଶପାରିଆ, ସମିତି ସଭ୍ଯା ଗୋରୀ ହରିଜନ, ନାଏବ ସରପଞ୍ଚ ରାମସିଂ ଗଉଡ, ସମସ୍ତ ୱାର୍ଡ଼ ମେମ୍ବର, ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ l ଏହିଭଳି ଆସନ୍ତା କାଲି ଠାରୁ ଫୁଲଭଟ୍ଟା ପଞ୍ଚାୟତରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି l ସ୍ଥାନ :- କୁନ୍ଦୁରା କୋରାପୁଟ ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ (କୋରାପୁଟ ୧ମ ଖବର)
What's Your Reaction?






