ନୀତି ଆୟୋଗ କେନ୍ଦ୍ରୀୟ ପ୍ରଭାରୀଙ୍କ ଆକାଂକ୍ଷି ବ୍ଲକ୍ କୋମନା ପରିଦର୍ଶନ

Jan 14, 2026 - 21:11
 0  3
ନୀତି ଆୟୋଗ କେନ୍ଦ୍ରୀୟ ପ୍ରଭାରୀଙ୍କ ଆକାଂକ୍ଷି ବ୍ଲକ୍ କୋମନା  ପରିଦର୍ଶନ

ନୂଆପଡା ଗସ୍ତରେ ଆସିଥିବା ନୀତି ଆୟୋଗ ର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଶ୍ରୀଯୁକ୍ତ ସମର ନନ୍ଦ ଶେଷ ଦିନରେ ଆକାଂକ୍ଷି ବ୍ଲକ୍ କୋମନା ପରିଦର୍ଶନ କରିଥଲେ I ଶ୍ରୀ ନନ୍ଦ ପ୍ରଥମେ ଇଚ୍ଛାପୁର ସ୍ଥିତ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥଲେ I ପରେ ଗେରୁଯୋର୍ ଅଙ୍ଗନୱାଡି, ଛତା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କୋମନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ଦିଆଯାଉଥିବା ବିଭିନ୍ନ ସୁବିଧା ପରଖିଥିଲେ ଏବଂ ନୀତି ଆୟୋଗ ଦ୍ବାରା ଧାର୍ଯ୍ୟ ସୂଚକାଙ୍କର ଅନଲାଇନ୍ ଡାଟା ଏଣ୍ଟ୍ରି ଅବସ୍ଥା ଯାଞ୍ଚ କରିଥଲେ I ପରେ କୋମନା ଉଚ୍ଚ ବାଳିକା ବିଦ୍ୟାଳୟ ଯାଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ I କୋମନା ଛତୁଆ କେନ୍ଦ୍ର, କାନ୍ଦେତରା ରେ ଥିବା ଜୈବିକ ଖତ କେନ୍ଦ୍ର ଓ ଶୀତଳ ଭଣ୍ଡାର, ମେଣ୍ଢାଟାଲର ଋତୁକାଳୀନ ହଷ୍ଟେଲ ପରିଦର୍ଶନ କରିଥଲେ I ସେ ସମସ୍ତ ଅଧିକାରୀଙ୍କ ସହଯୋଗ ଓ ସମନ୍ୱୟ କାମନା କରିଥିଲେ l ଜିଲ୍ଲା ଉନ୍ନତି ପାଇଁ ସକାରାତ୍ମକ ପ୍ରତିଯୋଗିତାର ମନୋଭାବ ନେଇ ଆକାଂକ୍ଷି ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ନିତି ଆୟୋଗ ଦ୍ବାରା ଧାର୍ଯ୍ୟ ସୁଚକାଙ୍କ ଗୁଡିକର ଉନ୍ନତି କରି ନୂଆପଡାକୁ ଏକ ବିକଶିତ ଜିଲ୍ଲା ରେ ପରିଣତ କରିବାପାଇଁ ଜିଲ୍ଲା ଏବଂ ବ୍ଲକ ଅଧିକାରୀଙ୍କୁ ଆହ୍ବାନ ଦେଇଛନ୍ତି I କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କ୍ଷମାନିଧି ଭୁଏ, ଏବିଏଫ୍ ରାକେଶ କୁମାର ଷଡଙ୍ଗୀ, ଅମିତ ଖମାରୀ, ଜିଲ୍ଲା ପରିଷଦ କର୍ମଚାରୀ ତେଜପାଲ ଡନସେନା ପ୍ରମୁଖ ସହଯୋଗ କରିଥିଲେ I

ନୂଆପଡ଼ାରୁ ଦେବଦାସ ପାଢ଼ୀଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ