ନବ ଦାସ ଫାଉଣ୍ଡେସନ୍ ପକ୍ଷରୁ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର;ସମସ୍ତ ସ୍ବାସ୍ଥ୍ୟସେବା ଯୋଗଇବା ବାପାଙ୍କ ଶେଷ ଇଚ୍ଛା
କୋଲାବିରା,୨୫ ।୧୦ (ଫାଷ୍ଟ ନ୍ୟୁଜ ଓଡିଶା ): ନବ ଦାସ ଫାଉଣ୍ଡେସନ୍ ପକ୍ଷରୁ କୋଲାବିରା ଜଗନ୍ନାଥ ମନ୍ଦିର ସାମନା କରୁଣାକର ପାର୍କ ଠାରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ପୂର୍ବତନ ବିଧାୟକ ଦୀପାଳି ଦାସ ଓ ଭାଇ ବିଶାଳ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ୟସେବା ଶିବିରକୁ ସସ୍ବର୍ଗତ ନାବ ଦାସଙ୍କ ପତ୍ନୀ ମିନତି ଦାସ ଉଦଘାଟନ କରିଥିଲେ । ଜିଲ୍ଲା ବାସୀ ତଥା ରାଜ୍ୟବାସୀଙ୍କୁ ସମସ୍ତ ପ୍ରକାଶ ସ୍ବାସ୍ଥ୍ୟସେବା ଯୋଗଇ ଦେବାକୁ ବାପାଙ୍କର ଇଚ୍ଛା ଥିଲା ବୋଲି ଦୀପାଳି ଓ ବିଶାଳ ଏଇ ଅବସରରେ କହିଛନ୍ତି । ଆଜିର ଶିବିରରେ ଅସୁଶଲ୍ୟ ବିଶେଷଜ୍ଞ ଡା. ରୋଶନ ସାମର୍ଥ,ଚକ୍ଷୁରୋଗ ବିଶେଷଜ୍ଞ,ହୃଦରୋଗ ବିଶେଷଜ୍ଞ ତା ନିଖଲ ଶିଙ୍ଘାନିଆ,ଚକ୍ଷୁରୋଗ ବିଶେଷଜ୍ଞ,ମେତିସିନ ବିଶେଷଜ୍ଞ ତା ଅସିମ କୁମାର ମହାନ୍ତି,ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତା ନିର୍ମାଣ ଅଗ୍ରବାଲ,ଶିଶୁ ରୋଗ ବିଶେଷଜ୍ଞ ତା ସୌମ୍ୟ ରଂଜନ ପାତ୍ର, ଦନ୍ତରୋଗ ବିଶେଷଜ୍ଞ ତା ସୁମେଶ ଉପାଧ୍ୟାୟ ,ତା ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ ଓପସ୍ଥିତ ରହିଥିବା ବେଳେ ମାଗଣାରେ ଇସିଜି ଓ ରକ୍ତ ପରୀକ୍ଷା କରାଯାଇଥିଲା ।ଏଥିରେ ମୋଟ ୩୬୮ ଜଣ ପୁରୁଷ ଓ ମହିଳା ନିଜର ସ୍ବାସ୍ଥ୍ୟ ଯାଚ କରାଇଥିଲେ । ରୋଗୀ ମାନଙ୍କ ବିଭିନ୍ନ ପରୀକ୍ଷା କରାଯିବା ପରେ ଔଷଧ ଯୋଇ ଦିଆଯାଇଥିଲା କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ପୁରୁଷୋତମ ନାଏକ,ବ୍ଲକ ଅଧ୍ୟକ୍ଷ ଭାଜରାଜ ପଟେଲ,ଜିଲ୍ଲା ପରିଷଦ ସଭ୍ୟ ନୃପଲାଲ ପଶାୟତ, ସମିତି ସଭ୍ୟା ରମାବତୀ ଭୁଏ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ଜୟନ୍ତ ବାହୁକ ଜିଲ୍ଲା ଉପ ସଭାପତି ତୁଲାରାମ ସେନାପତି,ଯୁବନେତା ସରୋଜ ନାଏକ,ଚିନ୍ମୟ ବହିଦାର,ପ୍ରବୀଣ ସାହୁ, ସୁକାନ୍ତ ଶେଖର ବହିଦାର,ଶ୍ରୀମନ୍ତ ସାହୁ,ଭିମ ଇଂଜି,ଲକ୍ଷଣ ସାହୁ,ବୀରେନ୍ଦ୍ର କୁମାର ମହାପାତ୍ର,ସୁରେନ୍ଦ୍ର ନାଏକ,ପ୍ରମୁଖଙ୍କ ସମେତ ଦଳର ଅନେକ କର୍ମକର୍ତା ସହଯୋଗ କରିଥିଲେ ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ,ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0