।। ଜ୍ଞାନ ଓ ବିଜ୍ଞାନ ମେଳା ଅନୁଷ୍ଠିତ ।।

Aug 12, 2023 - 11:06
 0  47
।। ଜ୍ଞାନ ଓ ବିଜ୍ଞାନ ମେଳା  ଅନୁଷ୍ଠିତ ।।

ବଲାଙ୍ଗିର ଆଜି ବଲାଙ୍ଗୀର ଟାଉନ ରାଜେନ୍ଦ୍ର ୟୁନିଭେର୍ସିଟି ପାଖରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବଲାଙ୍ଗୀରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ସମ୍ପାଦକ ଶ୍ରୀ ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l

ସଭାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଅଙ୍ଗିରା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ସମାରୋହ ଉତ୍ସବରେ ଶ୍ରୀ ସୁନୀଲ ପଣ୍ଡା ମହୋଦୟ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀ ନବୀନ କୁମାର ନାଏକ ମୁଖ୍ୟ ଅତିଥି, ଶ୍ରୀ ଆର୍ତ୍ତତ୍ରାଣ ପାଢ଼ୀ, ସମ୍ମାନୀତ ଅତିଥି, ଶ୍ରୀନୀଳାଞ୍ଚଳ ଚିର୍ଗୂନ, ଫିରୋଜ କୁମାର ସାହୁ, ଅନ୍ୟ ବିଦ୍ୟାଳୟରୁ ବିଜ୍ଞାନ ପରିଦର୍ଶକ ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆଗେଇ ନେଇଥିଲେ l

ସଭାରେ ପୂଜାର୍ଚନା କରି ସାଂସ୍କୃତିକ ନାଚଗୀତ ପରିବେଷଣ କରାଯାଇଥିଲା l ତାପରେ ଅତିଥିମାନଙ୍କୁ ଉପଢୌକାନ ଦେଇ ସମ୍ମାନିତ କରାଯାଇଥିଲା l ଅତିଥିମାନେ ବର୍ତ୍ତମାନ ଯୁଗର ବିଜ୍ଞାନ କ୍ଷେତ୍ରରେ ଅନେକ ନୂତନ ଜ୍ଞାନ କୌଶଳକୁ ଆପଣେଇ ଅନେକ ନିତିଦିନ ଜୀବନରେ ବ୍ୟବହୃତ ଉପକରଣ ତିଆରି କରିବା ପାଇଁ ଆଜି ଶିଶୁମାନେ ଆଗେଇଯିବା ପାଇଁ ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ l ଏଥିରେ ସର୍ବମୋଟ 108ଟି ପ୍ରୋଜେକ୍ଟ ଆସିଥିଲା l ସମ୍ମାନିତ ଅତିଥିମାନେ ଉତ୍ତିନ୍ନ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଆଚାର୍ଯ୍ୟ/ଆଚାର୍ଯ୍ୟା ସେବକ ସେବିକା ସମସ୍ତେ ସହଯୋଗ କରିଥିଲେ l ଅଭିଭାବକ, ଅଭିଭାବକା ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କ ପାଇଁ ଜଳପାନ ଓ ଭୋଜନର ବ୍ୟବସ୍ଥା କରାଯାଇଥିଲା l

ଟିଟିଲାଗଡ଼ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ