।। ଗର୍ଭଧାରଣ ସମୟରେ ଡିପ୍ରେସନ୍ ରେ ରହିଲେ ଏହି ରୋଗରେ ହେବାକୁ ପଡେ ଶିକାର ।।

May 8, 2023 - 15:58
 0  70
।। ଗର୍ଭଧାରଣ ସମୟରେ ଡିପ୍ରେସନ୍ ରେ ରହିଲେ ଏହି ରୋଗରେ ହେବାକୁ ପଡେ ଶିକାର ।।

ଗର୍ଭଧାରଣ ସମୟରେ ଉଦାସୀନତା ବା ଡିପ୍ରେସନ୍ ହୃଦୟ ରୋଗ ସହ ଜଡିତ । ଆମେରିକାରେ ଏକ ଲକ୍ଷ ମହିଳାଙ୍କୁ ନେଇ କରାଯାଇଥିବା ଅନୁସନ୍ଧାନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଅନୁସନ୍ଧାନ ଅନୁଯାୟୀ, ଯେଉଁ ମହିଳାମାନେ ଗର୍ଭଧାରଣ ସମୟରେ ଉଦାସୀନତା ଅନୁଭବ କରିଥିଲେ, ସେମାନଙ୍କର ପ୍ରସବର ଦୁଇ ବର୍ଷ ମଧ୍ୟରେ ହୃଦରୋଗ ହେବାର ସମ୍ଭାବନା ରହିଥିଲା । ଡିପ୍ରେସନ୍ ନଥିବା ମହିଳାମାନଙ୍କ ତୁଳନାରେ ଏହି ମହିଳାମାନଙ୍କର ଇସ୍କେମିକ୍ ହାର୍ଟ ଡିଜିଜ୍ ବିପଦ ୮୩% ଅଧିକ ଥିବା ଅନୁସନ୍ଧାନରୁ ଜଣାପଡିଛି । ଏହା ସହ ପ୍ରସବକାଳୀନ ଉଦାସୀନତା ଥିବା ମହିଳାମାନଙ୍କର ମଧ୍ୟ ଏରିଥ୍ମିଆ ଭଳି ହୃଦ୍ରୋଗ ହେବାର ଆଶଙ୍କା ୬୦ ପ୍ରତିଶତ, ୬୧ ପ୍ରତିଶତ କାର୍ଡିଓମାୟୋପାଥି ଏବଂ ୩୨ ପ୍ରତିଶତ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଛି । ଅନୁସନ୍ଧାନରେ ଆହୁରି ମଧ୍ୟ ଜଣାଯାଇଛି ଯେ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ନଥିବା ମହିଳାଙ୍କ ମଧ୍ୟରେ ହୃଦ୍ରୋଗର ଆଶଙ୍କା ଥିଲା । ପ୍ରସବକାଳୀନ ଅବସାଦ କାରଣରୁ ଏରିଥ୍ମିଆ ହେବାର ଆଶଙ୍କା ୮୫ ପ୍ରତିଶତ ଥିବାବେଳେ ଇସକେମିକ୍ ହାର୍ଟ ଡିଜିଜ୍ ୮୩ ପ୍ରତିଶତ, ୪୨ ପ୍ରତିଶତ ଷ୍ଟ୍ରୋକ୍‌, ହୃଦ୍ରୋଗ ୫୩ ପ୍ରତିଶତ ଏବଂ ଉଚ୍ଚ ରକ୍ତଚାପ ୪୩ ପ୍ରତିଶତ ହେବାର ଆଶଙ୍କା ରହିଛି । ଆମେରିକାନ୍ ହାର୍ଟ ଆସୋସିଏସନ ଜର୍ଣ୍ଣାଲରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି ।ଗର୍ଭାବସ୍ଥାରେ ଜଟିଳତା, ପ୍ରସବକାଳୀନ ଅବସାଦ, ଦୀର୍ଘକାଳୀନ ହୃଦ୍ରୋଗକୁ ପ୍ରଭାବିତ କରିଥାଏ । ଏହି ଟିମ୍ ଆମେରିକାରେ ୨୦୦୭ ରୁ ୨୦୧୯ ମଧ୍ୟରେ ପ୍ରସବ କରାଇଥିବା ୧ ଲକ୍ଷରୁ ଅଧିକ ମହିଳାଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ । ହୃଦ୍ରୋଗର ବିକାଶରେ ଅତିରିକ୍ତ ଗର୍ଭଧାରଣ ସମ୍ବନ୍ଧୀୟ କାରଣ ଗୁଡିକ କ୍ରନିକ୍ ପ୍ରଦାହ ଏବଂ ଚାପ ସମ୍ବନ୍ଧୀୟ ହରମନ୍ ବୃଦ୍ଧି କରିପାରେ ବୋଲି ଅନୁସନ୍ଧାନକାରୀ ଟିମ୍ ସୂଚିତ କରିଛନ୍ତି ।ପ୍ରସବକାଳୀନ ଅବସାଦରେ ଆକ୍ରାନ୍ତ ବ୍ୟକ୍ତି ସେମାନଙ୍କର ଦୀର୍ଘସ୍ଥାୟୀ ହୃଦ୍ରୋଗର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ଅବଗତ ହୁଅନ୍ତୁ, ଅନ୍ୟ ବିପଦ କାରଣ ଗୁଡିକ ପାଇଁ ସ୍କ୍ରିନ କରାନ୍ତୁ ଏବଂ ହୃଦରୋଗ ପାଇଁ ପ୍ରତିରୋଧ କୌଶଳ ପ୍ରୟୋଗ କରାଇବାକୁ ଖ୍ରୀଷ୍ଟିନା ପରାମର୍ଶ ଦେଇଛନ୍ତି । ଟାଇପ୍‌-୨ ଡାଇବେଟିସ୍ ଏବଂ ଉଚ୍ଚ କୋଲେଷ୍ଟ୍ରୋଲ୍ ପାଇଁ ସେମାନଙ୍କୁ ସ୍କ୍ରିନିଂ କରାଯିବା ଉଚିତ । ଏହାସହ ନିୟମିତ ଶାରୀରିକ ବ୍ୟାୟାମ, ସୁସ୍ଥ ଖାଦ୍ୟ ଏବଂ ଧୂମପାନକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା ଉଚିତ୍ ବୋଲି ସେ କହିଛନ୍ତି ।

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ