କାଳବୈଶାଖୀ ର ତାଣ୍ଡବ ରେ ଉଡ଼ିଗଲା ସ୍କୁଲ ର ଆଜବେଷ୍ଟର ପାଠ ପଢିବା ପାଇଁ ଅସୁବିଧା ଭୋଗୁଛନ୍ତି ଛାତ୍ର ଛାତ୍ରୀ

Apr 2, 2026 - 07:11
 0  23
କାଳବୈଶାଖୀ ର ତାଣ୍ଡବ ରେ ଉଡ଼ିଗଲା ସ୍କୁଲ ର ଆଜବେଷ୍ଟର  ପାଠ ପଢିବା ପାଇଁ ଅସୁବିଧା ଭୋଗୁଛନ୍ତି ଛାତ୍ର ଛାତ୍ରୀ

କନ୍ଧମାଳ/ଫିରିଙ୍ଗିଆ:୦୨/୦୪/୨୦୨୬ ଗତ କିଛିଦିନ ତଳେ ହୋଇଥିବା କାଳବୈଶାଖୀ ପ୍ରଭାବ ରେ ଉଡ଼ିଗଲା ବିଦ୍ୟାଳୟ ର ଆଜବେଷ୍ଟର ବସିବା ପାଇଁ ଜାଗା ନଥିବାରୁ ଛାତ୍ର ଛାତ୍ରୀ ଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା କାଶିନୀପଦର ପଞ୍ଚାୟତର ମାଶାରାଗାଣ୍ଡା ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗତ ଶନିବାର ଦିନ ସନ୍ଧ୍ୟା ସମୟରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ଝଡତୋଫାନ ହୋଇଥିଲା ଏହି ଝଡ଼ତୋଫାନ ରେ ବିଦ୍ୟାଳୟ ର ଆଜବେଷ୍ଟର ସମ୍ପୂର୍ଣ ଉଡିଯାଇଥିବା ବେଳେ ବିଦ୍ୟାଳୟ ରେ ଥିବା ଜରୁରୀ କାଗଜ ପତ୍ର ସହ ଏମଡିମ ଚାଉଳ ମଧ୍ୟ କିଛି ନଷ୍ଟ ହୋଇଯାଇଛି ଓ ଲାଇନ୍ ବି ନାହିଁ ସ୍କୁଲ ରେ ତେବେ ଆଜବେଷ୍ଟର ଉଡି ଯାଇଥିବାରୁ ପାଠ ପଢା ବାଧା ପ୍ରାପ୍ତ ହୋଇଥିବା ବେଳେ ବିଦ୍ୟାଳୟ ରେ ଥିବା ଏକ ପୁରାତନ କୋଠରୀ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ପ୍ରାୟ ୨୯ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ଏହାସହ ବିଦ୍ୟାଳୟ ର କାର୍ଯ୍ୟାଳୟ ମଧ୍ୟ ସେହି କୋଠରୀରେ ଚାଲିଛି ସେପଟେ ଘଟଣା ବିଷୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଣ୍ଟୁ ଦିଗାଲ ଙ୍କୁ ପଚାରିବାରୁ ଘଟଣା ବିଷୟରେ ସାଧନ କର୍ମୀ ଙ୍କ ଜରିଆରେ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଭାବରେ ଜଣାଇଥିବା କହିଥିବା ବେଳେ ବିଦ୍ୟାଳୟ ର ଉଡିଯାଇଥିବା ଆଜବେଷ୍ଟର ଓ ସ୍କୁଲ ଗୃହ ମରାମତି କରିବା ପାଇଁ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଡମ୍ବରୁଧର କହଁର ଙ୍କ ସହ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।

 କନ୍ଧମାଳ ରୁ ସଲମନ୍ ବିନ୍ଧାଣୀ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ