କନ୍ଧମାଳ : ଦୁଇ ଦିନ ହେବ ଅନ୍ଧାରରେ ରାଇଗୁଡ଼ା ଗ୍ରାମବାସୀ: ବିଦ୍ୟୁତ୍ ବିଭାଗ କେମ୍ପା
କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷା ହେଲେ ବିଦ୍ୟୁତ୍ ବ୍ୟବସ୍ଥା ଯେପରି ନିୟମିତ ଭାବେ ଅସୁସ୍ଥ ହୋଇ ପଡ଼େ। ଲଗାଣ ବର୍ଷା ଆସିଲେ ବିଦ୍ୟୁତ୍ ଗାଏବ ହେବା ଏବେ ଲୋକଙ୍କ ପାଇଁ ନୂଆ କଥା ନୁହେଁ l କିନ୍ତୁ ଦିନ ପରେ ଦିନ ବିଦ୍ୟୁତ୍ ବନ୍ଦ ରହିବା ଏବଂ ଦାୟିତ୍ଵ ଥିବା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ନିରବ ରହିବା ପ୍ରଶାସନିକ ଉଦାସୀନତାର ସ୍ପଷ୍ଟ ଉଦାହରଣ ବୋଲି ଲୋକମାନେ କହୁଛନ୍ତି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମରେ ପ୍ରାୟ ୯୦ ରୁ ଉର୍ଦ୍ଧ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପରିବାର ବସବାସ କରୁଛନ୍ତି l ଗତ ୨ ଦିନ ଧରି ସେମାନେ ସମ୍ପୂର୍ଣ୍ଣ ଅନ୍ଧାରରେ ଜୀବନ ବିତାଉଛନ୍ତି l ସଂନ୍ଧ୍ୟା ହେଲେ ଘରେ ଆଲୋକ ନାହିଁ ଛାତ୍ର ଛାତ୍ରୀ ମାନଙ୍କ ର ପାଠ ପଢ଼ା ବନ୍ଦ, ମୋବାଇଲ୍ ଚାର୍ଜି କରିବାର ସୁବିଧା ନାହିଁ l ଜରୁରୀ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି ତଥାପି ଏହି ଦୁର୍ଦ୍ଦଶା କାହାର ନଜରକୁ ଆସୁନାହିଁ l ଗ୍ରାମବାସୀ ଅଭିଯୋଗ: ବର୍ଷା ଆରମ୍ଭ ହେଲେ ବିଦ୍ୟୁତ୍ କାଟିଯିବା ଏବେ ସାଧାରଣ କଥା ହୋଇ ଗଲାଣି କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦେଖିବାକୁ ମିଳୁନାହିଁ l ଲାଗୁଛି ଯେପରି ବିଦ୍ୟୁତ୍ ବିଭାଗ ବର୍ଷା ଆସିବା ପୂର୍ବରୁ ନୁହେଁ ବରଂ ବର୍ଷା ଶେଷ ହେଲେ କାମ ଆରମ୍ଭ କରିବାକୁ ଯୋଜନା କରିଛନ୍ତି l ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି , ସମସ୍ୟା ଜଣାଇବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଫୋନ୍ କରା ଯାଇଥିଲେ ମଧ୍ୟ ଫୋନ୍ ଉଠୁନାହିଁ l ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ଯଦି ସରକାରୀ ଫୋନ୍ ହିଁ ନିରବ ରହେ ତେବେ ସମାଧାନର ଆଶା କରିବେ କାହାଠାରୁ l ଲୋକଙ୍କ ଅଭିଯୋଗ ଶୁଣିବା ବଦଳରେ ଯଦି ଫୋନ୍ କୁ ନିରବ କରି ଦିଆଯାଏ ତାହେଲେ ଏହାକୁ କି '' ଜନସେବା '' କୁହାଯିବ l ସରକାର ଗ୍ରାମାଞ୍ଚଳର ବିକାଶ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାର ବଡ଼ ବଡ଼ ଦାବି କରୁଛନ୍ତି l କିନ୍ତୁ ରାଇଗୁଡ଼ା ଭଳି ଗାଁର ବାସ୍ତବ ଚିତ୍ର ସେହି ଦାବି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି l କାଗଜପତ୍ରରେ ବିକାଶ ଦୌଡ଼ୁଥିବା ବେଳେ ଗାଁର ଲୋକେ ଏବେ ବି ଅନ୍ଧାରରେ ଦିନ କାଟୁଛନ୍ତି l ରାଇଗୁଡ଼ା ଗ୍ରାମବାସୀ ଙ୍କ ଦାବି ତୁରନ୍ତ ବିଦ୍ୟୁତ ସେବା ସ୍ବାଭାବିକ କରାଯାଉ। ଏବଂ ଏଭଳି ଅବହେଳା ପାଇଁ ଦ୍ବାୟୀ ଅଧିକାରୀଙ୍କ ଜବାବଦେହିତା ନିଶ୍ଚିତ କରାଯାଉ l ନଚେତ୍ '' ବିକାଶ "କେବଳ ଭାଷଣରେ ରହିଯିବ ଏବଂ ଗାଁର ଲୋକଙ୍କ ଭାଗ୍ୟରେ ଅନ୍ଧାର ହିଁ ଲେଖା ରହିବ l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0