୧ନଂ ୱାର୍ଡ ସ୍ଥିତ ରାଜୀବ କଲୋନୀ ଆର କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ

Nov 15, 2026 - 22:41
 0  8
୧ନଂ ୱାର୍ଡ ସ୍ଥିତ ରାଜୀବ କଲୋନୀ ଆର କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ

ବାରିପଦା - ତା :-୧୫/୧୧/୨୬ ରିଖ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ନଂ ୱାର୍ଡ ସ୍ଥିତ ରାଜୀବ କଲୋନୀ, କେଶବ ବାବା ସାହି ଓ ଟାଙ୍କିସାହି ବାସିନ୍ଦାଙ୍କୁ ଆର କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ କରାଯଇଛି I ଆଗକୁ ଆସୁଥିବା ଶୀତକୁ ଲକ୍ଷ୍ୟକରି ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ପଦକ୍ଷେପ ନିଆଯାଇଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କାଉନସିଲର ସୁକେଶିନୀ ସେଠି ଜଣାଇଛନ୍ତି I ଫାଉଣ୍ଡେସନର ସଦସ୍ୟ ମାନସ କୁମାର ଆଚାର୍ଯ୍ୟ କମ୍ବଳ ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗଦେଇ ଡ଼. ଶୁଭଶ୍ରୀ ଆଚାର୍ଯ୍ୟ, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ, ବୁଲବୁଲ ଆଚାର୍ଯ୍ୟ ୬୦ ଜଣ ହିତାଧାରୀଙ୍କୁ କମ୍ବଳ ବଣ୍ଟନ କରିଥିଲେ I ଅବିନାଶ ସେଠି, ଭଗବତୀ ଭୂୟାଁ, ରାଜଶ୍ରୀ ଦାସ, ରୀନା ଭଞ୍ଜଦେଓ, ଝିଲି ମାଇତି ଓ ସୁପ୍ରଭା ଭଞ୍ଜଦେଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ