ସ୍ୱାକ୍ ସମାଜ ସେବି ସଂଙ୍ଗଠନ ଗୋଷ୍ଠି ତରଫରୁ ସପ୍ତାହ ମଧ୍ୟରେ ଭୋଟ ପରିଚୟ ପତ୍ର,ଆଧାର କାର୍ଡ଼ ସାମିଲ କରିବା ନିମନ୍ତେ ଦାବି

Apr 7, 2026 - 19:21
 0  4
ସ୍ୱାକ୍ ସମାଜ ସେବି ସଂଙ୍ଗଠନ ଗୋଷ୍ଠି ତରଫରୁ ସପ୍ତାହ  ମଧ୍ୟରେ ଭୋଟ ପରିଚୟ ପତ୍ର,ଆଧାର କାର୍ଡ଼ ସାମିଲ କରିବା ନିମନ୍ତେ ଦାବି

କନ୍ଧମାଳ ୭/୪/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ଆଜି ସ୍ୱାକ୍ ସମାଜ ସେବି ସଂଙ୍ଗଠନ ଗୋଷ୍ଠି ତରଫରୁ ସପ୍ତାହ ମଧ୍ୟରେ ଭୋଟ ପରିଚୟ ପତ୍ର,ଆଧାର କାର୍ଡ଼ ସାମିଲ କରିବା ନିମନ୍ତେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଳକ ଅଧିନରେ ଥିବା କାଶିନିପଦର ଗ୍ରାମ ପଞ୍ଚାୟତ ଓ୍ୱାର୍ଡ଼ ନଂ-୧୧ଭାଲୁରୁଗାଁ ର ଅସହାୟ ବୃଦ୍ଧା ମାଁ ତୁଳାବତି କହଁରଙ୍କ ବୟସ ପ୍ରାୟ ୯୦ ହୋଇଥିବା ବେଳେ ଦେଶ ସ୍ୱାଧିନ ହେବା ପରେ ବି ଆଜି ସୁଦ୍ଧା ସରକାରଙ୍କ ଅନେକ ଯୋଯନା ଗୁଡ଼ିକରୁ ବଞ୍ଚିତ ରହିଥିବା ଜଣାପଡ଼ିଛି । ଅନେକ ଖବର କାଗଜରେ ଏହି ଦୁଃଖମୟ ବିଷୟ କୁ ପ୍ରକାଶ କରାଯାଇଥିବା ସତ୍ତ୍ୱେ କୌଣସି ସୁଫଲ ମିଳିନ ପରିଥିବାରୁ ସ୍ୱାକ୍ ସାମାଜିକ କର୍ମୀ ସଂଗଠନ ଦ୍ୱାରା ଆଜି ଉକ୍ତ ଗ୍ରାମ ପରିଦର୍ଶନ କରି ସାରିବା ପରେ ତୁଳାବତି କହଁରଙ୍କ ଦୁଃଖ ବୁଝିପାରିଥିଲେ। ପରିଶେଷରେ ଏହି ଦୁଃଖଦାୟ ଜୀବନ ବିଷୟରେ ଜାଣିପାରି କନ୍ଧମାଳ ଜିଲ୍ଲା ପାଳଙ୍କୁ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ଗୋଟିଏ ସପ୍ତାହ ମଧ୍ୟରେ ପ୍ରଶାସନିକ ଅଧିକାରୀ ଏହି ଦୁଃଖମୟ ଜୀବନ କୁ ହୃଦୟଙ୍ଗମୟ କରି ଆଧାର କାର୍ଡ଼,ଭୋଟ ପରିଚୟ ପତ୍ର ତିଆରି କରି ସାଧାରଣ ବଣ୍ଟନରେ ୩୫ କିଲୋଗ୍ରାମ ଚାଉଳ ସହିତ ବର୍ଦ୍ଧତ ଭତ୍ତା ମାସିକ ଟ-୩୫୦୦ ମଞ୍ଜୁର କରିଦେବା ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ