ସେବା ସଂକଳ୍ପ ଅଭିଯାନ ୨୦୨୬; ସଞ୍ଚୟ ଓ ଆର୍ଥିକ ସେବା ସଚେତନତା ଶିବିର

Sep 25, 2026 - 21:14
 0  5
ସେବା ସଂକଳ୍ପ ଅଭିଯାନ ୨୦୨୬; ସଞ୍ଚୟ ଓ ଆର୍ଥିକ ସେବା ସଚେତନତା ଶିବିର

ଝାରସୁଗୁଡା, ୨୫/୦୯(ଫାଷ୍ଟ ନ୍ୟୁ ଜ ଓଡ଼ିଶା): ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ଉପଲକ୍ଷେ ଆଜି ରାଜପୁର ଗ୍ରାମ ପଞ୍ଚାୟତର ସମ୍ମିଳନ କକ୍ଷରେ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜପୁର ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଏକ ସଂକ୍ଷିପ୍ତ ବିବରଣୀ ଉପ୍ଥାପନ କରିଥିଲେ। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଝାରସୁଗୁଡ଼ା ଶାଖାର ବରିଷ୍ଠ ଅଧିକାରୀ ସୁମିତ୍ ପ୍ରମାଣିକ ଭାରତ ସରକାରଙ୍କ ବିଭିନ୍ନ ବୀମା ଯୋଜନା ଓ ପେନସନ ଯୋଜନା ଉପରେ ଆଲୋକପାତ କରିଥିଲେ ଏବଂ ସାଇବର ଅପରାଧ ବାବଦରେ ସମସ୍ତଙ୍କୁ ସଚେତନ କରିଥିଲେ। ଝାରସୁଗୁଡା ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ପ୍ରତାପ ଚନ୍ଦ୍ର ଭୋଇ ଭାରତ ସରକାରଙ୍କର ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ଆଲୋଚନା କରିଥିଲେ । କ୍ଷେତ୍ର ପରିଦର୍ଶନରେ ଆସିଥିବା ଝାରସୁଗୁଡ଼ାର ଜମି ଅଧିଗ୍ରହଣ ଅଧିକାରୀ ବିନୟ ପଟେଲ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ଆର୍ଥିକ ସାକ୍ଷରତାର ଗୁରୁତ୍ୱ ଉପରେ ବାର୍ତ୍ତା ଦେଇଥିଲେ। ରାଜପୁର ସରପଞ୍ଚ ସରସ୍ୱତୀ ନାୟକ ଆର୍ଥିକ ସାକ୍ଷରତାର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତ କାର୍ଯ୍ୟ ନିର୍ବହୀ ଅଧିକାରୀ ଅନିଲ ଦୁଆନ, ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗର କର୍ମଚାରୀ ହେମକାନ୍ତ ବାଗ, ଜଗନ୍ନାଥ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

 ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁ ଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ