ମା’ ଭୈରବୀଙ୍କ ରତ୍ନମୁଦ ପ୍ରତିଷ୍ଠାରେ ଉତ୍ସବମୁଖର ମୁଣ୍ଡିଗଡ଼; ବିଶାଳ ବାଇକ୍ ରାଲିରେ କମ୍ପିଲା ତୁମୁଡ଼ିବନ୍ଧ ସହର

Nov 26, 2026 - 19:46
 0  3
ମା’ ଭୈରବୀଙ୍କ ରତ୍ନମୁଦ ପ୍ରତିଷ୍ଠାରେ ଉତ୍ସବମୁଖର ମୁଣ୍ଡିଗଡ଼; ବିଶାଳ ବାଇକ୍ ରାଲିରେ କମ୍ପିଲା ତୁମୁଡ଼ିବନ୍ଧ ସହର

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତରେ ମା’ ଭୈରବୀ ଦେବୀଙ୍କ ରତ୍ନମୁଦ ପ୍ରତିଷ୍ଠା ମହୋତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ପବିତ୍ର ଧାର୍ମିକ ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିବାବେଳେ ବହୁ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ସମାଗମ ହୋଇଥିଲା। ଏହି ଅବସରରେ ମୁଣ୍ଡିଗଡ଼ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ତଥା ବରିଷ୍ଠ ରାଜନେତା ଟୁନା ଦାଶ ମୁଖ୍ୟ ଆକର୍ଷଣ ପାଲଟିଥିଲେ। ତାଙ୍କ ସହ ତୁମୁଡ଼ିବନ୍ଧ ବ୍ଲକର ଟାଣୁଆ ନେତା ପ୍ରମୋଦ କୁମାର ସାହୁ ମଧ୍ୟ ଯୋଗଦେଇ ମା’ ଭୈରବୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ତୁମୁଡ଼ିବନ୍ଧ ବ୍ଲକର ଅନ୍ୟତମ ପ୍ରସିଦ୍ଧ ଧାର୍ମିକ ପୀଠ ମା’ ଭୀମା ଭୈରବୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ବିଧାୟକ ଚକ୍ରମଣି କହଁର ନିଜସ୍ୱ ପାଣ୍ଠିରୁ ୬ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ମନ୍ଦିରର ଭିତ୍ତିଭୂମିର ବିକାଶ ଓ ଧାର୍ମିକ ପରମ୍ପରାର ସୁରକ୍ଷା ଦିଗରେ ଏହି ସହଯୋଗ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। କେବଳ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ, ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା ଏକ ବିଶାଳ ବାଇକ୍ ରାଲି। ତୁମୁଡ଼ିବନ୍ଧ ଜଳେଶପଟା ମନ୍ଦିର ଛକରୁ ବାହାରିଥିବା ଏହି ରାଲିରେ ବିଧାୟକ ଚକ୍ରମଣି କହଁର, ସମାଜସେବୀ ଟୁନାଦାସ ଓ ପ୍ରମୋଦ କୁମାର ସାହୁ ସାମିଲ ହୋଇଥିଲେ। ରାଲିଟି ସହରର ବିଭିନ୍ନ ରାସ୍ତା ପରିକ୍ରମା କରିବା ସମୟରେ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଦୁଇଟି ମନ୍ଦିରର ଉନ୍ନତିକରଣ ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଟୁନା ଦାଶ ଓ ପ୍ରମୋଦ କୁମାର ସାହୁ ପ୍ରତିଶ୍ରୁତି ଦେଇଥିଲେ। ଧାର୍ମିକ ପରମ୍ପରାର ସୁରକ୍ଷା ସହ ଅଞ୍ଚଳର ଦେବାଦେବୀ ପୀଠଗୁଡ଼ିକର ବିକାଶ ହେଲେ ଏହା ଆଗାମୀ ପିଢ଼ି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହେବ ବୋଲି ମତ ପ୍ରକାଶ ପାଇଥିଲା। ମା’ ଭୈରବୀଙ୍କ ରତ୍ନମୁଦ ପ୍ରତିଷ୍ଠା ଉତ୍ସବ, ମନ୍ଦିର ଉନ୍ନତିକରଣ ପାଇଁ ଆର୍ଥିକ ସହଯୋଗ ଏବଂ ବିଶାଳ ବାଇକ୍ ରାଲିକୁ ନେଇ ତୁମୁଡ଼ିବନ୍ଧ ଅଞ୍ଚଳରେ ଦିନଟି ଆଧ୍ୟାତ୍ମିକତା ଓ ଉତ୍ସାହର ମାହୋଲ ସୃଷ୍ଟି କରିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ